Latest Odisha News

BREAKING NEWS

ତେଲେଙ୍ଗିରି ଜଳଭଣ୍ଡାରରୁ ପାଣି ଲିକ୍, ସ୍ଥିତି ଅନୁଧ୍ୟାନ କଲେ ବିଭାଗୀୟ ଯନ୍ତ୍ରୀ

ଜୟପୁର; ଜୟପୁର ରାଣିଗଡ଼ ସ୍ଥିତ ତେଲେଙ୍ଗିରି ଜଳଭଣ୍ଡାରରୁ ପାଣି ଲିକ୍ । ଫଳରେ ତଳମୁଣ୍ଡକୁ ବହୁମାତ୍ରାରେ ପାଣି ନିଷ୍କାସିତ ହେଉଛି । ଖବର ପାଇ ଜଳସେଚନ ବିଭାଗର ବିଭାଗୀୟ ଯନ୍ତ୍ରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି l ଡ୍ୟାମ୍‌ରୁ ପାଣି ନିଷ୍କାସନ ବନ୍ଦ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ।

ଖବର ଅନୁଯାୟୀ, ୧୦୦ ଫୁଟ ତଳେ ଥିବା କନଷ୍ଟ୍ରକସନ ସୁଇସ ଗେଟ୍ ଦେଇ ପାଣି ଲିକ୍ ହେଉଥିବା ନେଇ ସୂଚନା ମିଳିଛି । ଫଳରେ ତଳମୁଣ୍ଡକୁ ବହୁମାତ୍ରାରେ ପାଣି ନିଷ୍କାସିତ ହେଉଛି । ଖବର ପାଇ ଜଳସେଚନ ବିଭାଗର ବିଭାଗୀୟ ଯନ୍ତ୍ରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି l ଘଟଣାକୁ ଗୁରୁତର ତ୍ରୁଟି ବୋଲି ଅଧିକ୍ଷଣ ଯନ୍ତ୍ରୀ ବିକାଶ ପ୍ରଧାନ କହିଛନ୍ତି । ମରାମତି ପାଇଁ ବିଶାଖାପାଟଣାରୁ ଏକ୍ସପର୍ଟଙ୍କୁ ଡକାଯାଇଛି । ଜଳ ଭଣ୍ଡାରର ସର୍ବାଧିକ ଜଳଧାରଣ କ୍ଷମତା ୬୩୩ ମିଟର ରହିଥିବା ବେଳେ ଘଣ୍ଟା ପ୍ରତି ୨୦ ମି.ମି. ପାଣି ଲିକ୍ ହେଉଛି ।

ସୂଚନାଯୋଗ୍ୟ ଯେ, ପ୍ରାୟ ୧୦୦୦ କୋଟି ଟଙ୍କା ବ୍ୟୟ ବରାଦରେ ନିର୍ମାଣ ହୋଇଥିବା ଏହି ଡ୍ୟାମ ଗତ ୨୦୧୯ରେ ଉଦଘାଟନ ହୋଇଥିଲା l ମାତ୍ର ଉଦଘାଟନର କେଇଟା ଦିନ ଭିତରେ ଡ୍ୟାମର ଏପରି ଅବସ୍ଥା ପୂର୍ବତନ ସରକାରଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ତରବରିଆ ଭାବରେ ନିମ୍ନ ମନର କାମ କରିଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଧା l

Leave A Reply

Your email address will not be published.