Latest Odisha News

BREAKING NEWS

ଫୁଲୁଛି ଜଳକା, ବୈତରଣୀ ଓ ବୁଢ଼ାବଳଙ୍ଗ: ବିପଦ ସଙ୍କେତ ଉପରେ ନଦୀର ବନ୍ୟାଜଳ ପ୍ରବାହିତ

ବାଲେଶ୍ୱର: ଲଗାଣ ବର୍ଷାରେ ଫୁଲୁଛି ଜଳକା, ବୈତରଣୀ ଓ ବୁଢ଼ାବଳଙ୍ଗ। ବିପଦ ସଙ୍କେତ ଉପରେ ଜଳକା ନଦୀର ବନ୍ୟାଜଳ ପ୍ରବାହିତ ହେଉଛି। ମଥାନୀଠାରେ ବିପଦ ସଙ୍କେତ ୬.୫୦ ମିଟର ଉପରେ ଜଳକାର ଜଳସ୍ତର। ସକାଳ ୬ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୭୧ ମିଟରରେ ପ୍ରବାହିତ ହେଉଛି । ବସ୍ତା ବ୍ଲକର ୧୦ଟି ଓ ସଦର ବ୍ଲକର ୨ଟି ପଞ୍ଚାୟତରେ ବନ୍ୟା ଆଶଙ୍କା। ଲଗାଣ ବର୍ଷାରେ ଫୁଲୁଛି ଜଳକା। ପୁଣି ଜଳକା ନଦୀରେ ଚତୁର୍ଥ ଥର ପାଇଁ ବନ୍ଯା ଆଶଙ୍କା ଦେଖା ଦେଇଛି । ଲଘୁଚାପ ପ୍ରଭାବରେ ଗତ ଚାରି ଦିନ ଧରି ବସ୍ତା ସମେତ ନଦୀର ଉପରମୁଣ୍ଡ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା କାରଣରୁ ବଢୁଛି ଜଳସ୍ତର।

ବନ୍ଯା ହେଲେ ହଜାର ହଜାର ହେକ୍ଟର ଜମିରେ କିଛି ଦିନ ପୂର୍ବରୁ ରୂଆ ଯାଇ ଥିବା ଧାନ ତଳି ପଚି ନଷ୍ଟ ହେବାର ଆଶଙ୍କା ରହିଛି। ଯାହାକୁ ନେଇ ଚାଷୀ ମାନେ ଚିନ୍ତାରେ ଅଛନ୍ତି । ପୁଣି ଥରେ ବୈତରଣୀରେ ବନ୍ୟା । ବୋଡ଼କ ରାସ୍ତାରେ ଦୁଇ ଫୁଟର ବନ୍ୟା ପାଣି ଚାଲିଛି । ବୈତରଣୀ ନଦୀରେ ପାଣି ବଢ଼ୁଥୁବାରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଓଲଗ ପଂଚାୟତର ବୋଡ଼କ ଠାରେ ବୈତରଣୀ କୁଳ ଲଙ୍ଘିଛି । ଏଥିସହ ବୋଡ଼କ ରାସ୍ତାରେ ଦୁଇ ଫୁଟ ଉଚ୍ଚର ବନ୍ୟା ପାଣି ପ୍ରବାହିତ ହୋଇ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବନ୍ୟା ପାଣି ରାସ୍ତା ପାର ହୋଇ ଚାଷ ଜମିକୁ ବୁଡାଇବା ସହ ତଳିଆ ଅଞ୍ଚଳକୁ ପ୍ରବେଶ କରିବାରେ ଲାଗିଛି ।

ସେହିପରି ବିପଦ ସଙ୍କେତରେ ବାଲେଶ୍ବରରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର । ନଦୀର ଜଳସ୍ତର ବିପଦ ସଂକେତ ୮.୧୩ ମିଟରରେ ପ୍ରବାହିତ ହେଉଛି । ସତର୍କ ସଙ୍କେତ ୭.୨୧ମିଟର ରହିଛି । ଗତକାଲି ସନ୍ଧ୍ୟା ୭ଟା ରୁ ରାତ୍ରୀ ୧୧ ପର୍ଯ୍ୟନ୍ତ ୭.୩୪ ମିଟର ଜଳ ପ୍ରବାହିତ ହେଉଥିଲା । ବର୍ତ୍ତମାନ ଜଳସ୍ତର ସ୍ଥିର ରହିଛି । ବାଲେଶ୍ଵର ସହର ଠାରୁ ବାଇଞ୍ଚା ରାସ୍ତା ବିଚ୍ଛିନ୍ନ ରହିଥିବା ବେଳେ ସଦର ବ୍ଲକର ୪ଟି ପଞ୍ଚାୟତ ଜଳବନ୍ଦୀ ଅବସ୍ଥାରେ ରହିଛି । ଯାତାୟତରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

Comments are closed.