Latest Odisha News

BREAKING NEWS

ବିିପଦ ସଂକେତ ଡେଇଁଲା ଜଳକା

ବାଲେଶ୍ୱର: ବିପଦ ସଂକେତ ଡେଇଁଲା ଜଳକା । ବାଲେଶ୍ୱର ଜିଲ୍ଲା ବସ୍ତାର ମଥାନୀ ଠାରେ ବିପଦ ସଂକେତ ଟପିଛି ଜଳକା ନଦୀ । ମଥାନୀ ଠାରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ଏବେ ୬.୨୩ ମିଟରରେ ଜଳ ପ୍ରଭାବିତ ହେଉଛି । ଲଘୁଚାପ ଜନିତ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି ।

ନଦୀର ଉପର ମୁଣ୍ଡରେ ରାସଗୋବିନ୍ଦପୁର, ମୋରଡା, ସୁଳିଆପଦା, ଚିତ୍ରଡା ଅଂଚଳରେ ଗତ ଦୁଇ ଦିନ ଧରି ବର୍ଷା ଲାଗି ରହିଥିବାରୁ ନଦୀର ଜଳସ୍ତର ବଢ଼ୁଛି । ଯଦି ଏଭଳି ଭାବେ ବର୍ଷା ଲାଗି ରହେ ତେବେ ବସ୍ତା ବ୍ଲକର ୧୦ଟି ପଂଚାୟତ ଏବଂ ବାଲେଶ୍ୱର ସଦର ବ୍ଲକର ୨ଟି ପଂଚାୟତରେ ବନ୍ୟା ଆସିବା ଅଶଙ୍କା ରହିଛି ।

Leave A Reply

Your email address will not be published.