Latest Odisha News

BREAKING NEWS

ବଢୁଛି ନଦୀ ଜଳସ୍ତର , ରାସ୍ତା ଘାଟ ଯୋଗାଯୋଗ ବିଚ୍ଛିନ୍ନ

ବାରିପଦା: ବଢିଲା କଣ୍ଟା ଖଇରୀ , ଭଣ୍ଡନ ଓ ବୈତରଣୀ ଜଳ ସ୍ତର । ପାଣି ଖର ସ୍ରୋତ ଯୋଗୁ ବିଭିନ୍ନ ସ୍ଥାନରେ ରାସ୍ତା ବିଚ୍ଛିନ୍ନ ହୋଇପଡିଛି । ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପର୍ବତମାଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ହେତୁ ୨ ଟା ନଦୀର ଜଳ ସ୍ତର ବଢ଼ି ଚାରି ଆଡେ଼ ପାଣି ମାଡି ଯାଇଛି । ଶୁକ୍ରୁଳି ବ୍ଲକ ଅନ୍ତର୍ଗତ ଖୀଚିଂ ଓ ଚଢ଼େଇ ଭୋଳକୁ ଯାଉଥିବା ରାସ୍ତା ସମ୍ପୁର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି ।ସେହିପରି ଭଣ୍ଡନ୍ ନଦୀର ଜଳ ସ୍ରୋତ ବଢ଼ି ଅନେକ ଜମିରେ ଚାଷ କରିଥିବା ବେଳେ ପାଣି ମାଡି ଚାଷ ସମ୍ପୁର୍ଣ୍ଣ ଭାବେ ନଷ୍ଟ ହେଇ ଯାଇଛି । ସେଠାରେ ନୂତନ ପୋଲ ନିର୍ମାଣ ଚାଲିଥିବା ବେଳେ କର୍ମଚାରୀ ମାନେ ନଦୀ ପାଖରେ ରହୁଥିଲେ । ହଠାତ୍ ନଦୀ ବଢ଼ି ଆସିବାରୁ ସେମାନଙ୍କୁ ଏକ  ସ୍କୁଲ୍ ଘରକୁ ଆଣି ଥଇଥାନ କରାଯାଉଛି । ଶୁକ୍ରୁଳି ଅଞ୍ଚଳରେ ବର୍ଷା ଏବେ ମଧ୍ୟ ଲାଗି ରହିଛି ।

ସେହିପରି ଚଢେଇଭୋଳ ନିକଟରେ ବୈତରଣୀ ନଦୀ ଉଗ୍ର ରୂପ ଧାରଣ କରିବା ସହ ତୁର୍ମୁଙ୍ଗା ଠାରେ ରାସ୍ତା ଉପରେ ୫ ଫୁଟର ପାଣି ଚାଲି ଥିବାରୁ କେନ୍ଦୁଝର ଓ କରଞ୍ଜିଆ ରାସ୍ତା ସମ୍ପୂର୍ଣ୍ଣ ବିଛିନ୍ନ ହେବା ସହ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଛି। ସେହିପରି ଭୀମକୁଣ୍ଡ ଠାରେ ମଧ୍ୟ ବୈତରଣୀ ନଦୀର ଉଗ୍ର ରୂପ ଦେଖିବାକୁ ମିଳିଛି।

Leave A Reply

Your email address will not be published.