Latest Odisha News

BREAKING NEWS

ବାବା ଆଖଣ୍ଡଳମଣିଙ୍କ ଗର୍ଭ ଗୃହରେ ଲହଡି ଭାଙ୍ଗୁଛି ପାଣି

ଭଦ୍ରକ: ବାତ୍ୟା ୟାସ୍ ଯୋଗୁ ପ୍ରବଳ ବର୍ଷା ଜାରି ରହିଛି । ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁ ପାଣି ରହିଥିବା ବେଳେ ଆରମ୍ଭଗ ହୋଇଛି ଜଳ ନିସ୍କାସନ କାମ । ସେହିଭଳି ପୁର୍ଣ୍ଣିମା ଯୋଗୁ ଅଶାନ୍ତ ହୋଇପଡିଥିଲା ସମୁଦ୍ରା ଫଳରେ ଉଚ୍ଚ ଜୁଆର ବୈତରଣୀ ଓ ସାଳନ୍ଦୀ ନଦୀ ଦେଇ ମାଡି ଯାଇଥିଲା ବିଭିନ୍ନ ଅଞ୍ଚଳକୁ ।

ତା ସହିତ ବୈତରଣୀ ନଦୀରେ ପାଣି ଆସିଯାଇଥିବାରୁ ଲୁଣା ଜୁଆର ପାଣି ଆରଡି ପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପଶିଯାଇଛି । ବାବା ରହିଛନ୍ତି ପାଣି ଘେରରେ । ବାବାଙ୍କ ଗର୍ଭ ଗୃହରେ ଲହଡି ଭାଙ୍ଗୁଛି ପାଣି । ପୁଷ୍କରିଣୀରେ ପାଣି ପଶିଯିବାରୁ ମନ୍ଦିର ଦକ୍ଷିଣ ଦ୍ୱାର ନିକଟରେ ଲହଡି ଭାଙ୍ଗୁଛି ଲୁଣି ପାଣି । ଚାରିଆଡେ ପ୍ରାୟ ଜଳମଗ୍ନ ହୋଇଯାଇଥିବାରୁ ମନ୍ଦିର ଭିତରକୁ ମଧ୍ୟ ପ୍ରବେଶ କରିବା ସମ୍ଭବ ହୋଇପାରୁନି । ବାବାଙ୍କ ନୀତିରେ ବିଭ୍ରାଟ ଘଟୁଥିବାରୁ ଏବେ ପମ୍ପ ଲଗାଇ ଜଳ ନିସ୍କାସନ କରାଯାଉଛି ।

Leave A Reply

Your email address will not be published.