Latest Odisha News

BREAKING NEWS

ପ୍ରବଳ ବର୍ଷା ଯୋଗୁଁ ବିପଦ ସଂକେତ ଟପିଲା ବଂଶଧାରା ନଦୀର ଜଳସ୍ତର, ବ୍ୟାପକ ଚାଷ ଜମି ଜଳମଗ୍ନ

ଗୁଣୁପୁର: ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଆହୁରି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ଓ ଆସନ୍ତାକାଲି ପାଇଁ ଓଡ଼ିଶାର ଅଧିକାଂଶ ଜିଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଗୁଣୁପୁର ଏବଂ ରାୟଗଡା ଜିଲ୍ଲା ରେ ପ୍ରବଳ ବର୍ଷା କାରଣରୁ ବଂଶଧାରା ନଦୀ ଏବଂ ମହେନ୍ଦ୍ରତନୟା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ଗୁଣୁପୁର ବଂଶଧାରା ନଦୀରେ ବିପଦ ସଂକେତ ଟପିଛି । ବିପଦ ସଂକେତ ୮୪ ମିଟର ଉପରେ ରହିଛି ପାଣି । ଗୁଣୁପୁର ବ୍ଲକର ପୁଟାସିଂ ଏବଂ ଡ଼ମ୍ବସରାରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ ଚାଷ ଜମି ଜଳ ମଗ୍ନ ହୋଇଯାଇଛି । ଏନେଇ ସ୍ଥିତି ଉପରେ ନଜର ରଖିଛନ୍ତି ଗୁଣୁପୁର ଉପଜିଲ୍ଲାପାଳ ଅଭିଷେକ ଦୁଧାଲ । କ୍ଷତିଗ୍ରସ୍ତ ଅଞ୍ଚଳକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ଉପଜିଲ୍ଲାପାଳ ଅଭିଷେକ ଦୁଧାଲ ।

ତଳିଆ ବସ୍ତିର ଲୋକଙ୍କୁ ସ୍କୁଲ ଏବଂ ଅନ୍ୟ ସ୍ଥାନକୁ ଯିବା ପାଇଁ ଅନୁରୋଧ କଲେ ଉପଜିଲ୍ଲାପାଳ ଅଭିଷେକ । ଗଣମାଧ୍ୟମ ପ୍ରତିନିଧିଙ୍କୁ ଯୋଗାଯୋଗ କରିବାକୁ କଲେ ନିବେଦନ । ଗୁଣୁପୁର ବ୍ଲକ ସହ ଶଗଡା ପୂର୍ତ୍ତ ବିଭାଗ ରାସ୍ତାରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ସେହିପରି ପୁଟାସିଙ୍ଗ ଗ୍ରାମପଞ୍ଚାୟତର କୀଟୁଙ୍ଗ ସହ ଟଲନା ରାସ୍ତାରେ ଯୋଗାଯୋଗ ସମ୍ପୂର୍ଣ ବିଛିନ୍ନ ହୋଇଯାଇଛି । ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ପୂର୍ତ୍ତ ବିଭାଗର ମରାମତି କାମ ଆରମ୍ଭ ଏବଂ ଘଟଣା ଜାଗାରେ ପହଁଚିଲା ଜେସିଵି ।

 

Comments are closed.