Latest Odisha News

BREAKING NEWS

ଦିନକୁ ଦିନ ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର

ସମ୍ବଲପୁର: ମହାନଦୀର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଯୋଗୁଁ ମଙ୍ଗଳବାର ଦିନ ହୀରାକୁଦ ଡ୍ୟାମର ଜଳସ୍ତର ସକାଳ ୯ଟା ସୁଦ୍ଧା ୬୧୫.୫୪ ଫୁଟକୁ ବୃଦ୍ଧି ପାଇଛି ।

ମିଳିଥିବା ସୂଚନାନୁଯାୟୀ ଏହି ଡ୍ୟାମ୍ ମଧ୍ୟକୁ ସେକେଣ୍ଡ ପିଛା ୮୦,୪୯୧ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ପାଖାପାଖି ସେକେଣ୍ଡ ପିଛା ୧୮,୫୧୯ ଘନଫୁଟ୍ ଜଳ ନିଷ୍କାସିତ ହେଉଛି । ଏହି ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଛି ।

ସୂଚନାଯୋଗ୍ୟ, ଆସନ୍ତା ଅଗଷ୍ଟ ୧୪ ତାରିଖ ଦିନ ଯେକୌଣସି ମୂହୁର୍ତରେ ବନ୍ୟାଜଳ ନିଷ୍କାସିତ କରାଯିବ । ଆହୁରି ମଧ୍ୟ ଆଗାମୀ ଅଗଷ୍ଟ ୧୪ ତାରିଖ ମଧ୍ୟରେ ଯେଉଁ ପରିମାଣର ବର୍ଷା ହୋଇଥିବ, ତଦନୁଯାୟୀ ଯାଇ ଜଳ ନିଷ୍କାସନ ଲାଗି ହୀରାକୁଦ ଡ୍ୟାମର ସେତେଟା ଗେଟ୍ ଖୋଲାଯିବ ବୋଲି ଡ୍ୟାମର ମୁଖ୍ୟ ଯନ୍ତ୍ରୀ ସୁନିଲ୍ କୁମାର ନାୟକ ପୂର୍ବରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ ।

Leave A Reply

Your email address will not be published.