Latest Odisha News

ଇଣ୍ଡିଗୋ ଫ୍ଲାଇଟରେ ଯାନ୍ତ୍ରିକ ତ୍ରୁଟି, ବିମାନରେ ରହିଥିଲେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ

ନାଗପୁର: ନାଗପୁରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନରେ କୌଣସି ପ୍ରକାରର ତ୍ରୁଟି ଦେଖାଯିବା କାରଣରୁ ମଙ୍ଗଳବାର ସକାଳେ ଏହାକୁ ନାଗପୁର ବିମାନ ବନ୍ଦରରେ ଅବତୀର୍ଣ୍ଣ କରାଯାଇଛି । ଏହି ବିମାନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ ରହିଥିଲେ।

ଜାତୀୟ ଗଣମାଧ୍ୟମ ଏନଡ଼ିଟିଭିରେ ପ୍ରକାଶ ରିପୋର୍ଟ ଅନୁଯାୟୀ ନାଗପୁରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ୬ଇ ୬୩୬ ଉଡାଣ ଭରୁଥିବା ସମୟରେ ଏଥିରେ କୌଣସି ତ୍ରୁଟି ରହିଥିବା ପାଇଲଟ ସୂଚନାଦେଇ ଉଡାଣକୁ ସ୍ଥଗିତ ରଖିଥିଲେ । ବିମାନଟିକୁ ରନୱେରୁ ହଟାଇ ଟାକ୍ସିୱେକୁ ଅଣାଯାଇଛି ।

ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହ ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଯାତ୍ରୀମାନେ ନାଗପୁର ବିମାନବନ୍ଦରରେ ଅନ୍ୟ ବିକଳ୍ପ ବିମାନ ଅପେକ୍ଷାରେ ଥିବା ବିମାନବନ୍ଦର ଅଧିକାରୀ କହିଛନ୍ତି ।

ବିମାନଟି ଯାନ୍ତ୍ରିକ ତ୍ରୁଟି ପାଇଁ ଉଡାଣ ଭରିନଥିବା ନାଗପୁର ବିମାନ ବନ୍ଦରର ବରିଷ୍ଠ ନିର୍ଦ୍ଦେଶକ ବିଜୟ ମୁଲେକର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.