Latest Odisha News

BREAKING NEWS

ଲଗାଣ ବର୍ଷାରେ ବୃଦ୍ଧି ପାଉଛି ହୀରାକୁଦ ଡ୍ୟାମ୍ ଜଳସ୍ତର

ସମ୍ବଲପୁର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ ଡିପ୍ରେସନରେ ପରିଣତ ହେବା ଫଳରେ ହୀରାକୁଦର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଯୋଗୁଁ ଏହି ଡ୍ୟାମର ଜଳସ୍ତର ଧିରେ ଧିରେ ବଢିବାରେ ଲାଗିଛି ।

ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ଥିବାବେଳେ ଶୁକ୍ରବାର ଦିନ ୧୦ଟା ସୁଦ୍ଧା ଏହାର ଜଳସ୍ତର ୬୦୭.୯୭ ଫୁଟକୁ ଛୁଇଁଥିବା ନେଇ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି ।

ଅପରପକ୍ଷରେ ଡ୍ୟାମ୍ ମଧ୍ୟକୁ ସେକେଣ୍ଡ ପିଛା ୧ ଲକ୍ଷ ୯୦ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ପାଖାପାଖି ସେକେଣ୍ଡ ପିଛା ୬ ହଜାର କ୍ୟୁସେକ୍ ଜଳ ନିଷ୍କାସନ ହେଉଛି ।

Leave A Reply

Your email address will not be published.