Latest Odisha News

BREAKING NEWS

ବୃହତ୍ ଇସ୍ପାତ କାରଖାନା ପ୍ରତିଷ୍ଠା ଲାଗି ଓଡ଼ିଶା ସରକାରଙ୍କ ଯୋଜନା !

ଭୁବନେଶ୍ୱର: ଓଡ଼ିଶାର ନବୀନ ପଟ୍ଟନାୟକ ସରକାର ରାଜ୍ୟରେ ଏକ ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା ଲାଗି ବର୍ତ୍ତମାନର ୩ଟି ମ୍ୟାନୁଫାକଚରିଂ ୟୁନିଟର ସହଯୋଗରେ ଏନେଇ ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି ସୂଚନା ମିଳିଛି ।

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କେନ୍ଦୁଝର ଜିଲ୍ଲାର କଳିଙ୍ଗ ଆଇରନ ୱାଲ୍ଡ ଲିମିଟେଡ଼ (କେଆଇଡ଼ବ୍ଲ୍ୟୁଏଲ), ଯାଜପୁର ଜିଲ୍ଲାର ଇଡ଼କଲ୍ ଫେରୋ-କ୍ରୋମ ଲିଃ (ଆଇଏଫସିଏଲ) ଏବଂ ନୀଳାଚଳ ଇସ୍ପାତ ନିଗମ ଲିଃ (ଏନଆଇଏନଏଲ) ସହିତ ମିଳିତଭାବେ ଏହି ପ୍ରସ୍ତାବିତ ବୃହତ ଇସ୍ପାତ ଯୋଜନା ପ୍ରତିଷ୍ଠା ହେବ ।

ତେବେ ସୂତ୍ରରୁ ଜଣାପଡ଼ିଛି ଯେ, ଏହି ଯୋଜନା କାର୍ଯ୍ୟକାରୀ ହେଲେ କେଆଇଡ଼ବ୍ଲ୍ୟୁଏଲ ଆଇରନ୍ ଓର୍ ପେଲେଟ୍ ପ୍ରସ୍ତୁତ କରି ଏନଆଇଏନଏଲ ପ୍ଲାଣ୍ଟକୁ ଯୋଗାଇଦେବ । ଆଇଏଫସିଏଲରୁ ଉତ୍ପାଦିତ ଫେରୋ କ୍ରୋମ ଦ୍ୱାରା ଏନଆଇଏନଏଲ ଦ୍ୱାରା ପ୍ରସ୍ତୁତ ହୋଇଥିବା ଉତ୍ପାଦିତ ଦ୍ରବ୍ୟରୁ ଷ୍ଟେନଲେସ୍ ଷ୍ଟିଲ୍ ସାମଗ୍ରୀ ପ୍ରସ୍ତୁତ ହୋଇପାରିବ ।

ଏହି ରିପୋର୍ଟରେ ମଧ୍ୟ ଖବର ପ୍ରକାଶିତ ହୋଇଛି ଯେ, ଏହି ପ୍ରସ୍ତାବିତ ଇସ୍ପାତ କାରଖାନା ପ୍ରତିଷ୍ଠା ନେଇ ଏମସିଏଲ ମଧ୍ୟ ନିଜର ଯୋଜନା ପ୍ରସ୍ତୁତ କରିବାକୁ ଯାଉଛି ।

Leave A Reply

Your email address will not be published.