Latest Odisha News

ବିପଦ ସଙ୍କେତ ଟପିଲା ଜଳକା ନଦୀର ଜଳସ୍ତର

ବାଲେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷାରେ ବିପଦ ସଂକେତ ଟପିଲା ଜଳକା ନଦୀର ଜଳସ୍ତର । ବାଲେଶ୍ୱର ଜିଲ୍ଲା ବସ୍ତା ଅନ୍ତର୍ଗତ ମଥାନୀଠାରେ ବିପଦ ସଂକେତ ଟପିଛି । ମଥାନୀଠାରେ ଏବେ ୬.୦୨ ମିଟର ଜଳସ୍ତର ରହିଛି । ଏଠାରେ ଜଳକାର ବିପଦ ସଙ୍କେତ ସ୍ତର ରହିଛି ୫.୫୦ ମିଟର ।

ବସ୍ତା ଓ ବାଲେଶ୍ୱର ସଦର ବ୍ଲକର ବିଭିନ୍ନ ପଞ୍ଚାୟତର ତଳି ଅଞ୍ଚଳରେ ଥିବା ଗାଁରେ ଜଳକାର ପାଣି ପଶିଛି । ରାସ୍ତାରେ ଓ ଲୋକଙ୍କ ଘରେ ପଶିଛି ପାଣି । ଆଜି ବାଲେଶ୍ୱର ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାରୁ ଜଳକାର ଜଳସ୍ତର ବଢ଼ିବା ଆଶଙ୍କା କରାଯାଉଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପରେ ନଜର ରଖିଛି ଜିଲ୍ଲା ପ୍ରଶାସନ ।

Leave A Reply

Your email address will not be published.