Latest Odisha News

BREAKING NEWS

ସୁବର୍ଣ୍ଣରେଖାରେ ଜଳସ୍ତର ବଢ଼ିବ, ବନ୍ୟା ଆଶଙ୍କା କମ୍: ଏସଆରସି

ଭୁବନେଶ୍ୱର: ବଙ୍ଗୋପସାଗରେ ସୃଷ୍ଟ ହୋଇଥିବା ଲଘୁଚାପ ଅବପାତରେ ପରିଣତ ହେବା ପରେ ଗତକାଲିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି। ତେଣୁ ସବୁର୍ଣ୍ଣରେଖାରେ ଜଳସ୍ତର ବଢିବ ବୋଲି ଏସଆରସି ସୂଚନା ଦେଇଛନ୍ତି। ମୟୂରଭଞ୍ଜର ଉପରମୁଣ୍ଡରେ ରହିଥିବା ଝାଡଖଣ୍ଡରେ ମଧ୍ୟ ପ୍ରବଳ ବର୍ଷା ହେଉଛି। ହେଲେ ଉତ୍ତର ଓଡ଼ିଶାରେ ଏବେର ରିପୋର୍ଟ ଅନୁଯାୟୀ ବନ୍ୟା ଆଶଙ୍କା କମ୍ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି।

ଝାଡ଼ଖଣ୍ଡ ଗାଲୁଡ଼ି ବ୍ୟରେଜର ୭ ଟି ଗେଟ୍ ଖୋଲି ଦେଇଛି। ସେଠାରୁ ୧ ଲକ୍ଷ ୫ ହଜାର କ୍ୟୁସେକ ପାଣି ଆସୁଛି। ତେଣୁ ସୁବର୍ଣ୍ଣରେଖାରେ ଜଳସ୍ତର ବଢ଼ିବ । ହେଲେ ଏହା ବନ୍ୟା ଭଳି ପରିସ୍ଥିତି ଉପୁଜିବା ସମ୍ଭାବନା କମ ରହିଛି। ସେହିପରି ଉତ୍ତର ଓଡିଶାର ଅନ୍ୟତମ ନଦୀ ବୁଢ଼ାବଳଙ୍ଗରେ ମଧ୍ୟ ବନ୍ୟା ସ୍ଥିତି ନାହିଁ ବୋଲି ଏସଆରସି କହିଛନ୍ତି। କିନ୍ତୁ ସମସ୍ତ ନଦୀବନ୍ଧ ଉପରେ ନଜର ରହିଛି ବୋଲି କୁହାଯାଇଛି ।

ସେହିପରି କେନ୍ଦୁଝର, ଭଦ୍ରକ ଜିଲ୍ଲାକୁ ସଂଯୋଗ କରୁଥିବା ବୈତରଣୀ ନଦୀରେ ମଧ୍ୟ ବନ୍ୟା ସମସ୍ୟା ନାହିଁ ବୋଲି ସେ କହିଛନ୍ତି । କିନ୍ତୁ ଲଗାଣ ଲଗାଣ ବର୍ଷାରେ ବତୁରା କାନ୍ଥ ପଡି ବାଲେଶ୍ଵର ଓ କେନ୍ଦୁଝରରେ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ମୟୂରଭଞ୍ଜରେ ଦୁଇ ଜଣ ପ୍ରାଣ ହରାଇଥିବା ଏସଆରସି କହିଛନ୍ତି।

ଅନ୍ୟପଟେ ମହାନଦୀରେ ଏବେ ପାଣି କମୁଥିବାରୁ ଜଗତସିଂହପୁର, ପୁରୀ, କେନ୍ଦ୍ରାପଡାରେ ମଧ୍ୟ ବନ୍ୟା ସ୍ଥିତିରେ ସୁଧାର ଆସୁଛି ବୋଲି ପ୍ରଦୀପ ଜେନା କହିଛନ୍ତି। ହୀରାକୁଦର ଏବେ ୬ ଟି ଗେଟ ବନ୍ଦ କରାଯାଇଛି ୪ ଟି ଗେଟ ଖୋଲା ରହିଛି ବୋଲି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

Leave A Reply

Your email address will not be published.