Latest Odisha News

ଝାଡଖଣ୍ଡରେ ଭାଙ୍ଗିବକି ହେମନ୍ତଙ୍କ ସରକାର ? ମହାରାଷ୍ଟ୍ର ଭଳି ଝାଡଖଣ୍ଡରେ ସରକାର ଗଢିବ କି ବିଜେପି ?

ଝାଡଖଣ୍ଡ : ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କି ହେମନ୍ତ ସୋରେନ ? ଝାଡଖଣ୍ଡରେ ଭାଙ୍ଗିବ କି ହେମନ୍ତଙ୍କ ମହାଗଠବନ୍ଧନ ସରକାର ?  ବିଜେପି ମହାରାଷ୍ଟ୍ର ଭଳି ଝାଡଖଣ୍ଡରେ ସରକାର ଗଢିବ କି ? ଏମିତି ଅନେକ ପ୍ରଶ୍ନ ଏବେ ଉଙ୍କିମାରୁଛି  ଝାଡଖଣ୍ଡର ରାଜ୍ୟ ରାଜନୀତିରେ  ?

ଖଣି ଲିଜ୍ ଆବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗରେ ହେମନ୍ତ ସୋରେନଙ୍କ ନାରେ ମାମଲା ଚାଲୁଥିଲା । ନିର୍ବାଚନ ଆୟୋଗ ଏହି ମାମଲାର ଶୁଣାଣି ଶେଷ କରିଛନ୍ତି  । ଯେ କୌଣସି ଦିନ ବି ଏହାର ରାୟ ଆସିପାରେ। ତେବେ ଏହି ରାୟ ଉପରେ ଏବେ ସଭିଙ୍କ ନଜର ରହିଛି ।ଯଦି ହେମନ୍ତଙ୍କ ବିପକ୍ଷରେ ରାୟ ଆସେ ତେବେ ନିର୍ବାଚନ ଆୟୋଗ ଦ୍ବାରା ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇ ପାରେ ।  ଯାହା ଫଳରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପାରନ୍ତି  ହେମନ୍ତ ସୋରେନ। ଏଭଳି ପରିସ୍ଥିତିରେ ଝାଡଖଣ୍ଡ ରାଜ୍ୟ ରାଜନୀତି ରେ ଏକ ବଡ ପରିର୍ବତ୍ତନର ସମ୍ଭାବନା ସୃଷ୍ଟି ହେଉଛି ।ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଶାସକ ଦଳର ବିଧାୟକ ମାନଙ୍କୁ ନେଇ ଏକ ବୈଠକ ଡାକିଛନ୍ତି  । ଯେଉଁଥିରେ ମହାଗଠବନ୍ଧନର ସମସ୍ତ ବିଧାୟକଙ୍କୁ ଏକଜୁଟ ରଖିବାକୁ ଚେଷ୍ଟା କରାଯିବ  ।

ସେପଟେ ସୋରେନଙ୍କ ସ୍ଥାନରେ ତାଙ୍କ ପତ୍ନୀ କଳ୍ପନାଙ୍କୁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ କରାଯାଇପାରେ ବୋଲି ବିଜେପି କହିଛି । ବିଜେପି ସାଂସଦ ନିଶିକାନ୍ତ ଦୁବେ ଦାବି କରିଛନ୍ତି ଯେ ସୋରେନଙ୍କ ପତ୍ନୀ କଳ୍ପନାଙ୍କୁ ଝାଡଖଣ୍ଡର ମୁକୁଟ ପିନ୍ଧାଯିବ ।  ସେ ଟୁଇଟ୍ କରି କହିଛନ୍ତି, ‘ ଗରିବଙ୍କ ପାଇଁ ପାରିବାରବାଦୀ ପାର୍ଟିର ସର୍ବୋତ୍ତମ ବ୍ୟବସ୍ଥା  ଝାଡ଼ଖଣ୍ଡରେ ବୋହୁଙ୍କୁ ମୁକୁଟ ପିନ୍ଧାଇବା ପାଇଁ ପ୍ରସ୍ତୁତ ହେଉଛି  ‘ । ଏହାପୂର୍ବରୁ ବିଜେପି ସାଂସଦ ବରହେଟ ଓ ଦୁମକା ବିଧାନସଭାରେ ଉପ-ନିର୍ବାଚନ ହେବାକୁ ଦାବି କରିଥିଲେ।  ସେ କହିଥିଲେ, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଏବଂ କଂଗ୍ରେସ ରାଞ୍ଚି ­­– ଦିଲ୍ଲୀ , କାହିଁକି ଦୌଡୁଛନ୍ତି ? ତାସହ ବିଜେପି ପୂର୍ବରୁ ବରହେଟ ଓ ଦୁମକା ବିଧାନସଭାରେ ଉପ-ନିର୍ବାଚନ କହୁଥିଲେ  , ତେବେ ତାଙ୍କୁ  ସମାଲୋଚନା କରାଯାଉଥିଲା   ବର୍ତ୍ତମାନ ବିଧାନସଭା ବାଚସ୍ପତିଙ୍କୁ କାନାଡା ଯିବା ବନ୍ଦ କରିଛନ୍ତି  । ବର୍ତ୍ତମାନ ଇସ୍ତଫା ହେଉଛି ଏକ ମାତ୍ର ବିକଳ୍ପ , ଏହାକୁ ଦିଅ।

ବିଜେପିର ସମାଲୋଚନା ପରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତା ସୁପ୍ରିୟା ଭଟ୍ଟାଚାର୍ଯ୍ୟ କହିବାକୁ ଅନୁସାରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ମରୁଡ଼ିକୁ ନେଇ ବୈଠକ ଡାକିଥିଲେ। ତେବେ ଦଳର ସମସ୍ତ ବିଧାୟକ ଏବେ ଏକଜୁଟ୍ ଅଛନ୍ତି। ସେହିପରି କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ରାଜେଶ ଠାକୁର ମଧ୍ୟ କହିଛନ୍ତି ତାଙ୍କର ସମସ୍ତ ବିଧାୟକ ଏକଜୁଟ୍ ଅଛନ୍ତି ।  ତେବେ ଏ ସମସ୍ତ ସ୍ଥିତି ଉପରେ ବିଜେପି ନଜର ରଖିଛି। ଯଦି ସମ୍ଭବ ହୁଏ ବିଜେପି  ମହାରାଷ୍ଟ୍ର ଭଳି ଝାଡଖଣ୍ଡରେ ମଧ୍ୟ ସରକାର ଗଢିବାକୁ ଯୋଜନା କରୁଛି  ।

 

 

 

 

Leave A Reply

Your email address will not be published.