ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଘରଗୁଡ଼ିକୁ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ପାଣି ସଂଯୋଗ ଦିଆଯାଇଛି। ପ୍ରତ୍ୟେକ ଘରେ ପାଣି ମିଟର ଲଗାଯାଇଛି। ପାଣି ବ୍ୟବହାର ଅନୁଯାୟୀ ଦେୟ ନିର୍ଦ୍ଧାରଣ ହେଉଥିବା ଯୋଗୁ ଏହି ମିଟରଗୁଡ଼ିକ ଖଞ୍ଜା ଯାଇଛି। ହେଲେ ସହରରେ ଗତ କିଛି ଦିନ ହେଲା ଏହି ପାଣି ମିଟର୍ ଗୁଡ଼ିକ କ୍ରମାଗତ ଭାବେ ଚୋରି ହେବାରେ ଲାଗିଛି। ଗୋଟିଏ କି ଦୁଇଟି ସ୍ଥାନ ନୁହଁ, ବରଂ ସହରର ବିଭିନ୍ନ ସ୍ଥାନରୁ ଏଭଳି ଚୋରି ଅଭିଯୋଗ ହେବାରେ ଲାଗିଛି। ଅନ୍ୟପଟେ ପୋଲିସ ଜଣେ ଚୋରଙ୍କୁ ଗିରଫ କରିଛି। ତଥାପି ଚୋରିରେ ରୋକ୍ ଲାଗୁନି।
ପାଣି ମିଟରଗୁଡ଼ିକ ଚୋରି ହେଉଥିବା ନେଇ ଅଭିଯୋଗ ହେଉଥିଲା। ଗତ ୧୦ ତାରିଖରେ ଅନନ୍ତନଗର ଚତୁର୍ଥ ଲେନର ପ୍ରଦୀପ କୁମାର ପଟ୍ଟନାୟକ ଏନେଇ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ପରେ ବିଜିପୁର ଅଞ୍ଚଳର ବିଭିନ୍ନ ସାହିରୁ ମଧ୍ୟ ପାଣି ମିଟର ଚୋରି ହୋଇଥିଲା। ଏନେଇ ଏକ ଅଭିଯୋଗ ପରେ ଟାଉନ ଥାନା ପୋଲିସ ଗୋଟିଏ ମାମଲା ରୁଜୁ କରିଥିଲା। ଏହାର କିଛି ଦିନ ପରେ ବଡ଼ବଜାର ଥାନା ଅଞ୍ଚଳର ଲକ୍ଷ୍ମୀନୃସିଂହ ସାହି ଏବଂ ପୁରୁଣା ବ୍ରହ୍ମପୁର ଅଞ୍ଚଳର କେତେକ ଘରୁ ପାଣି ମିଟର ଚୋରି ହୋଇଛି। ବାରମ୍ବାର ଚୋରି ଜନିତ ଘଟଣା ବୃଦ୍ଧି ପାଇବା ପରେ ଚିନ୍ତାରେ ପଡ଼ିଯାଇଥିଲା ପୋଲିସ। ଗତ ୧୦ ତାରିଖରେ ଏ.ଶିବା ନାମକ ଜଣେ ଅଭିଯୁକ୍ତଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଥିଲା। ତାଙ୍କ ପାଖରୁ ପ୍ରାୟ ୨୮ଟି ପାଣି ମିଟର ମିଳିଥିଲା। ଦାସିରି ସାହି, ମୁକ୍ତିପଥ ସାହି, ଜୁରିଆ ଚାଉଳ ମିଲ ସହିତ ଅନ୍ୟାନ୍ୟ କେତେକ ସ୍ଥାନରୁ ସେ ପାଣି ମିଟର ଚୋରି କରିଥିବା ନେଇ ପୋଲିସ ସମ୍ମୁଖରେ ସ୍ୱିକାର କରିଥିଲା। ତେବେ ଶିବା ଗିରଫ ହେବା ପରେ ମଧ୍ୟ ଚୋରି ବଢ଼଼ି ଚାଲିଛି। ବୁଧବାର ବିଳମ୍ବିତ ରାତିରେ ଗେଟ୍ ବଜାର ଅଞ୍ଚଳରେ ପୁଣି ଥରେ ବ୍ୟାପକ ଧରଣରେ ପାଣି ମିଟର ଚୋରି ହୋଇଛି। ସେହିଭଳି ବିଜିପୁର ଅଞ୍ଚଳରୁ ମଧ୍ୟ ବୁଧବାର ରାତିରେ ପୁଣି ଥରେ ପାଣି ମିଟର ଚୋରି ହୋଇଥିବା ସୂଚନା ମିଳିଛି। ପୂର୍ବରୁ ଗତ ୮ ତାରିଖରେ ବାବାଜିତୋଟା ସାହିରୁ ପ୍ରାୟ ୨୫ଟି ଘରୁ ମଧ୍ୟ ମିଟର ଚୋରି ହୋଇଛି। ଏଣୁ ଏହା ପଛରେ ଏକ ବଡ଼ ରାକେଟ କାମ କରୁଥିବା ପୋଲିସ ସନ୍ଦେହ କରୁଛି। କୌଣସି ନିର୍ଦ୍ଧିଷ୍ଟ ଅଞ୍ଚଳ ବଦଳରେ ସହର ସାରା ଚୋରି ଘଟଣା ସାମ୍ନାକୁ ଆସୁଥିବା ଯୋଗୁ ଏଥିରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ଥିବା କୁହାଯାଉଛି। ଅନ୍ୟପଟେ ବୁଧବାର ରାତିରେ ଯେଉଁ ଅଞ୍ଚଳରୁ ପାଣି ମିଟର ଚୋରି ନେଇ ଅଭିଯୋଗ ଆସିଛି, ପୋଲିସ ସେଠାରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିଛି। ଅନ୍ୟପଟେ ଗୋଟିଏ ପରେ ଗୋଟିଏ ସାହିକୁ ପାଣି ମିଟର ଚୋରି ଘଟଣା ଯେମିତି ବ୍ୟାପିବାରେ ଲାଗିଛି, ଅନେକ ସାହି ବାସିନ୍ଦା ବର୍ତ୍ତମାନ ନାନା ଆଶଙ୍କା ଭିତରେ ରହିଛନ୍ତି।
BREAKING NEWS
- ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର
- ବିସ୍କୁଟରେ ମିଶୁଛି ଚୋକଡ, କ୍ଷୀରରେ ଡ଼ିଟରଜେଣ୍ଟ; ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ…
- ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟିର ଗଞ୍ଜେଇ ଜବତ, ୩ ଅଟକ…
- ଟାଇଗର ଶ୍ରଫ୍ଙ୍କୁ ଫାୟାରିଂ ପଛର ସତ୍ୟ ବାହାର କଲା ପୋଲିସ: ଚାକିରି ଓ ଟଙ୍କା ଲୋଭରେ କରାଯାଇଥିଲା ଆକ୍ରମଣ
- ଦେଶବାସୀଙ୍କୁ ମୋହନ ଭାଗବତଙ୍କ ସମ୍ୱୋଧନ: କହିଲେ, ଏକତା ଓ ପ୍ରଗତି ରାସ୍ତାରେ ଆମେ ଆଗକୁ ବଢ଼ିବା ଦରକାର
- ରେଲୱେ ଟ୍ରାକ ନିକଟରେ କୁମ୍ଭୀର, ଚିନ୍ତାରେ ଲୋକେ
- ଦଶହରା ଶୁଭେଚ୍ଛା: ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
- ମା’କୁ ମାରି ରୋଷେଇ ଘରେ ପ୍ଲାଷ୍ଟର କରିବା ଘଟଣା: ପୁଅକୁ ଝାଡ଼ଖଣ୍ଡରୁ ଗିରଫ କଲା ପୋଲିସ
- ମ୍ୟାଟ୍ରିମୋନିଆଲ୍ ସାଇଟ୍ରେ ପ୍ରେମ ଜାଲ: ବିବାହ ଆଶା ଦେଖାଇ କୋଟିଏ ଟଙ୍କା ଚୂନ
- ଭାରତରୁ ନିଜ ଦେଶ ଇଣ୍ଡୋନେସିଆକୁ ଫେରିଲା ଓରାଙ୍ଗଉଟାନ ଶାବକ

Comments are closed.