ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଘରଗୁଡ଼ିକୁ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ପାଣି ସଂଯୋଗ ଦିଆଯାଇଛି। ପ୍ରତ୍ୟେକ ଘରେ ପାଣି ମିଟର ଲଗାଯାଇଛି। ପାଣି ବ୍ୟବହାର ଅନୁଯାୟୀ ଦେୟ ନିର୍ଦ୍ଧାରଣ ହେଉଥିବା ଯୋଗୁ ଏହି ମିଟରଗୁଡ଼ିକ ଖଞ୍ଜା ଯାଇଛି। ହେଲେ ସହରରେ ଗତ କିଛି ଦିନ ହେଲା ଏହି ପାଣି ମିଟର୍ ଗୁଡ଼ିକ କ୍ରମାଗତ ଭାବେ ଚୋରି ହେବାରେ ଲାଗିଛି। ଗୋଟିଏ କି ଦୁଇଟି ସ୍ଥାନ ନୁହଁ, ବରଂ ସହରର ବିଭିନ୍ନ ସ୍ଥାନରୁ ଏଭଳି ଚୋରି ଅଭିଯୋଗ ହେବାରେ ଲାଗିଛି। ଅନ୍ୟପଟେ ପୋଲିସ ଜଣେ ଚୋରଙ୍କୁ ଗିରଫ କରିଛି। ତଥାପି ଚୋରିରେ ରୋକ୍ ଲାଗୁନି।
ପାଣି ମିଟରଗୁଡ଼ିକ ଚୋରି ହେଉଥିବା ନେଇ ଅଭିଯୋଗ ହେଉଥିଲା। ଗତ ୧୦ ତାରିଖରେ ଅନନ୍ତନଗର ଚତୁର୍ଥ ଲେନର ପ୍ରଦୀପ କୁମାର ପଟ୍ଟନାୟକ ଏନେଇ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ପରେ ବିଜିପୁର ଅଞ୍ଚଳର ବିଭିନ୍ନ ସାହିରୁ ମଧ୍ୟ ପାଣି ମିଟର ଚୋରି ହୋଇଥିଲା। ଏନେଇ ଏକ ଅଭିଯୋଗ ପରେ ଟାଉନ ଥାନା ପୋଲିସ ଗୋଟିଏ ମାମଲା ରୁଜୁ କରିଥିଲା। ଏହାର କିଛି ଦିନ ପରେ ବଡ଼ବଜାର ଥାନା ଅଞ୍ଚଳର ଲକ୍ଷ୍ମୀନୃସିଂହ ସାହି ଏବଂ ପୁରୁଣା ବ୍ରହ୍ମପୁର ଅଞ୍ଚଳର କେତେକ ଘରୁ ପାଣି ମିଟର ଚୋରି ହୋଇଛି। ବାରମ୍ବାର ଚୋରି ଜନିତ ଘଟଣା ବୃଦ୍ଧି ପାଇବା ପରେ ଚିନ୍ତାରେ ପଡ଼ିଯାଇଥିଲା ପୋଲିସ। ଗତ ୧୦ ତାରିଖରେ ଏ.ଶିବା ନାମକ ଜଣେ ଅଭିଯୁକ୍ତଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଥିଲା। ତାଙ୍କ ପାଖରୁ ପ୍ରାୟ ୨୮ଟି ପାଣି ମିଟର ମିଳିଥିଲା। ଦାସିରି ସାହି, ମୁକ୍ତିପଥ ସାହି, ଜୁରିଆ ଚାଉଳ ମିଲ ସହିତ ଅନ୍ୟାନ୍ୟ କେତେକ ସ୍ଥାନରୁ ସେ ପାଣି ମିଟର ଚୋରି କରିଥିବା ନେଇ ପୋଲିସ ସମ୍ମୁଖରେ ସ୍ୱିକାର କରିଥିଲା। ତେବେ ଶିବା ଗିରଫ ହେବା ପରେ ମଧ୍ୟ ଚୋରି ବଢ଼଼ି ଚାଲିଛି। ବୁଧବାର ବିଳମ୍ବିତ ରାତିରେ ଗେଟ୍ ବଜାର ଅଞ୍ଚଳରେ ପୁଣି ଥରେ ବ୍ୟାପକ ଧରଣରେ ପାଣି ମିଟର ଚୋରି ହୋଇଛି। ସେହିଭଳି ବିଜିପୁର ଅଞ୍ଚଳରୁ ମଧ୍ୟ ବୁଧବାର ରାତିରେ ପୁଣି ଥରେ ପାଣି ମିଟର ଚୋରି ହୋଇଥିବା ସୂଚନା ମିଳିଛି। ପୂର୍ବରୁ ଗତ ୮ ତାରିଖରେ ବାବାଜିତୋଟା ସାହିରୁ ପ୍ରାୟ ୨୫ଟି ଘରୁ ମଧ୍ୟ ମିଟର ଚୋରି ହୋଇଛି। ଏଣୁ ଏହା ପଛରେ ଏକ ବଡ଼ ରାକେଟ କାମ କରୁଥିବା ପୋଲିସ ସନ୍ଦେହ କରୁଛି। କୌଣସି ନିର୍ଦ୍ଧିଷ୍ଟ ଅଞ୍ଚଳ ବଦଳରେ ସହର ସାରା ଚୋରି ଘଟଣା ସାମ୍ନାକୁ ଆସୁଥିବା ଯୋଗୁ ଏଥିରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ଥିବା କୁହାଯାଉଛି। ଅନ୍ୟପଟେ ବୁଧବାର ରାତିରେ ଯେଉଁ ଅଞ୍ଚଳରୁ ପାଣି ମିଟର ଚୋରି ନେଇ ଅଭିଯୋଗ ଆସିଛି, ପୋଲିସ ସେଠାରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିଛି। ଅନ୍ୟପଟେ ଗୋଟିଏ ପରେ ଗୋଟିଏ ସାହିକୁ ପାଣି ମିଟର ଚୋରି ଘଟଣା ଯେମିତି ବ୍ୟାପିବାରେ ଲାଗିଛି, ଅନେକ ସାହି ବାସିନ୍ଦା ବର୍ତ୍ତମାନ ନାନା ଆଶଙ୍କା ଭିତରେ ରହିଛନ୍ତି।
BREAKING NEWS
- କଟକରେ ନକଲି ପନିର କାରବାର: ୧୧ ଜଣଙ୍କ ନାମରେ ଏତଲା, ତଦନ୍ତ ଜୋରଦାର
- ସୁପୋଷିତ ଓଡ଼ିଶା ଗଠନ ସରକାରଙ୍କ ଲକ୍ଷ୍ୟ: ଗ୍ରାଜୁଏସନ୍ ସରିଲେ ଝିଅମାନଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ସହାୟତା
- ଖୁଚୁରା ମୂଲ୍ୟ ଅପେକ୍ଷା MRP ୧୬% ଅଧିକ, ସୁପ୍ରିମକୋର୍ଟ ପଚାରିଲେ ଔଷଧ ଦରରେ ତାରତମ୍ୟ କାହିଁକି?
- ରେଭେନ୍ସାରେ ପୁଣି ରାଗିଂ ଅଭିଯୋଗ: ଅନ୍ଲାଇନ୍ ଗେମ୍କୁ କେନ୍ଦ୍ର କରି ଜୁନିୟରଙ୍କୁ ହଇରାଣ କଲେ ସିନିୟର ଛାତ୍ର
- ଓଡ଼ିଶାରେ ସ୍କୁଲ ବହି ଛପା ଦୁର୍ନୀତି: ରାଜ୍ୟ ସରକାରଙ୍କଠାରୁ ବିସ୍ତୃତ ରିପୋର୍ଟ ତଲବ କଲେ ପିଏମ୍ଓ
- ଏସିଆନ୍ ଗେମ୍ସ ୨୦୨୬: ବର୍ଷା ଯୋଗୁଁ କ୍ରିକେଟ୍ କ୍ୱାଟରଫାଇନାଲ୍ ରଦ୍ଦ
- କେନ୍ଦ୍ର ସରକାରଙ୍କ ‘ପ୍ରଗତି ୫୦’ ଯୋଜନାରେ ସାମିଲ ହେଲା ଭୁବନେଶ୍ୱର ଓ ପୁରୀ
- କୋରାପୁଟରେ ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ: ରେଳ ଚଳାଚଳ ପ୍ରଭାବିତ, ଏକାଧିକ ଟ୍ରେନ୍ ବାତିଲ୍
- ଏଣିକି ଆପାର୍ଟମେଣ୍ଟ କିଣାବିକା ହେବ ସହଜ, ୨୦ ହଜାର ଟଙ୍କାକୁ ଖସିଲା ପଞ୍ଜିକରଣ ଦେୟ
- ଏସିଆନ୍ ଗେମ୍ସରେ ଗୁଲବୀରଙ୍କ ଐତିହାସିକ ସଫଳତା: ୩ ଦିନରେ ଜିତିଲେ ୩ଟି ମେଡାଲ

Comments are closed.