ଭୁବନେଶ୍ବର: ବିପଦରେ ମେଘନାଦ ପାଚେରି ପାଚେରି।ପାଚେରିରୁ ଗଳୁଛି ପାଣି। ଯୋଡ଼େଇରେ ଫାଟ ହୋଇ ବୋହୁଛି ଆନନ୍ଦ ବଜାର ମଇଳା ପାଣି। ପାଚେରି ଉପରେ ଚରିଗଲାଣି ଶିଉଳି।
ବର୍ଷେ ତଳେ ଶିଉଳି ଛଡ଼ାଇ ଫାଟ ଯୋଡ଼େଇ କରାଯାଇଥିଲା । ଗ୍ରାଉଟିଂ କରାଯିବା ପରେ ଡ୍ରେନ୍ ପାଣି ପାଚେରି ଦେଇ ଝରିବା ବନ୍ଦ ହୋଇଯାଇଥିଲା । ରାମଦୟା ପରିଷଦର ଠିକ୍ ପଛ ପାର୍ଶ୍ବରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଯୋଡ଼େଇ ଦୁର୍ବଳ ହେଉଥିବାରୁ ଏହା ପାଚେରିକୁ ଦୁର୍ବଳ କରିବ ।