Latest Odisha News

ୱ, ଦ୍ରାବିଡଙ୍କ ରେକର୍ଡ ଭାଙ୍ଗିବେ କୋହଲି

କେପଟାଉନ: ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ୧୧ ଜାନୁୟାରୀରୁ କେପଟାଉନରେ ଖେଳାଯିବ । ଏହି ମ୍ୟାଚରେ ଷ୍ଟିଭ ୱ ଓ ରାହୁଲ ଦ୍ରାବିଡଙ୍କ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିବେ କୋହଲି । ଏହି ମ୍ୟାଚରେ କୋହଲି ଆଉ ୧୪ ରନ ସଂଗ୍ରହ କଲେ ଦ୍ରାବିଡଙ୍କୁ ଅତିକ୍ରମ କରିବେ । ଦକ୍ଷିଣ ଆଫ୍ରିକାରେ ଭାରତ ବ୍ୟାଟ୍ସମ୍ୟାନ ଭାବେ ଦ୍ରାବିଡ ୧୧ ଟେଷ୍ଟରେ ୨୯.୭୧ ଆଭରେଜରେ ୬୨୪ ରନ କରିଛନ୍ତି । କୋହଲି ୬ ଟେଷ୍ଟରେ ୫୦.୯୧ ଆଭରେଜରେ ୬୧୧ ରନ ସଂଗ୍ରହ କରି ନେଇଛନ୍ତି । ଏହି ତାଲିକାରେ ସଚିନ ତେନ୍ଦୁଲକର ୧୫ ଟେଷ୍ଟରେ ୧୧୬୧ ରନ କରିଛନ୍ତି ପ୍ରଥମ ସ୍ଥାନରେ ରହିଛନ୍ତି ।

ସେହିପରି ଟେଷ୍ଟ କ୍ରିକେଟରେ ୮୦୦୦ ରନ ସଂଗ୍ରହ ପାଇଁ କୋହଲି ଆଉ ୧୪୬ ରନ ଆବଶ୍ୟକ କରୁଛନ୍ତି । ତୃତୀୟ ଟେଷ୍ଟରେ ଭାରତ ବିଜୟ ହାସଲ କଲେ ଅଧିନାୟକ ଭାବେ କୋହଲି ଅଷ୍ଟ୍ରେଲିଆର ଷ୍ଟିଭ ୱଙ୍କ ରେକର୍ଡ ଭାଙ୍ଗିବେ । ୱ ୫୭ ଟେଷ୍ଟରେ ୪୦ ଟେଷ୍ଟ ମ୍ୟାଚ ଜିତିଥିବା ବେଳେ କୋହଲି ୬୭ ମ୍ୟାଚରେ ସମାନ ସଂଖ୍ୟକ ମ୍ୟାଚ ଜିତିଛନ୍ତି ।

Leave A Reply

Your email address will not be published.