Latest Odisha News

ରାୟବରେଲିରୁ ସାଂସଦ ହେବେ ରାହୁଲ, ଛାଡିବେ କେରଳ ୱାଏନାଡ ଆସନ

ନୂଆଦିଲ୍ଲୀ: ପ୍ରକାଶ ପାଇଛି ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ । ଫଳାଫଳରେ ବିଜେପି ଦେଶର ସର୍ବ ବୃହତ ଦଳ ଭାବରେ ଉଭା ହୋଇଛି ଏବଂ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏହାରିଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। କେରଳର ୱାଏନାଡ ଲୋକସଭା ଆସନ ଛାଡିପାରନ୍ତି ରାହୁଲ ଗାନ୍ଧୀ ।

ବିଶେଷ ସୂତ୍ରରୁ ପ୍ରକାଶ ଯେ, ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ରାୟବରେଲି ଆସନରୁ ସାଂସଦ ହେବେ । କାରଣ ରାୟବରେଲିରେ ରାହୁଲ ଗାନ୍ଧୀଙ୍କ ବିଜୟ ବ୍ୟବଧାନ ଅଧିକ। ଏହା ସହିତ ଏହା ମଧ୍ୟ ତାଙ୍କ ମା ସୋନିଆ ଗାନ୍ଧୀଙ୍କ ପୂର୍ବତନ ସଂସଦୀୟ ଆସନ |

ସେପଟେ ରାହୁଲ ଗାନ୍ଧୀ କ୍ରମାଗତ ଦ୍ୱିତୀୟ ଥର ପାଇଁ କେରଳର ୱାଏନାଡ ଲୋକସଭା ଆସନରୁ ଜିତିଛନ୍ତି। ଏଠାରେ ସେ ସିପିଆଇର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆନି ରାଜାଙ୍କୁ ୩.୬୪ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ଏଥିସହ ଉତ୍ତରପ୍ରଦେଶର ରାୟବରେଲି ଲୋକସଭା ଆସନରେ ମଧ୍ୟ ରାହୁଲ ବିପୁଳ ସଂଖ୍ୟକ ଭୋଟରେ ବିଜୟ ଲାଭ କରିଛନ୍ତି ।

ଗତକାଲି ବାହାରିଥିବା ଫଳକୁ ନେଇ ରାହୁଲ କହିଛନ୍ତି ଯେ “ମୁଁ ଉଭୟ ରାୟବରେଲି ଏବଂ ୱାଏନାଡ ଆସନ ଜିତିଛି। ଉଭୟ ଲୋକସଭା ଆସନର ଭୋଟରଙ୍କୁ ହୃଦୟରୁ ମୋର ଅନେକ ଅନେକ ଧନ୍ୟବାଦ । ତେବେ କେଉଁ ଆସନ ଛାଡିବେ ନେଇ ପ୍ରଶ୍ନ ପଚାରିବାରୁ ସେ ପ୍ରଥମେ ଦଳ ସହ ଆଲୋଚନା କରିବି ଏବଂ ପରେ ମୁଁ କେଉଁ ଆସନ ରଖିବି ତାହା ସ୍ଥିର କରିବି ବୋଲି କହିଥିଲେ। ”

 

Comments are closed.