Latest Odisha News

BREAKING NEWS

ହିନ୍ଦୁଙ୍କଠୁ ଆମେ ସମ୍ପୂର୍ଣ୍ଣ ଭିନ୍ନ: ପାକିସ୍ତାନ ସେନା ମୁଖ୍ୟ 

କରାଚୀ: ଆମର ପୂର୍ବପୁରୁଷମାନେ ଭାବୁଥିଲେ ଯେ ଆମେ ପ୍ରତ୍ୟେକ ଦୃଷ୍ଟିକୋଣରୁ ହିନ୍ଦୁମାନଙ୍କଠାରୁ ଭିନ୍ନ, ଆମର ରୀତି, ଆମର ଧର୍ମ, ଆମର ଚିନ୍ତାଧାରା, ସବୁକିଛି ସେମାନଙ୍କଠାରୁ ଭିନ୍ନ। ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ସୟଦ ଅସୀମ ମୁନିର ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଭାରତ ଏବଂ ହିନ୍ଦୁମାନଙ୍କ ବିରୁଦ୍ଧରେ ଏଭଳି ମନ୍ତବ୍ୟ ଦେଇଛନ୍ତି।

ସେ ଆହୁରି ମଧ୍ଯ କହିଛନ୍ତି ଯେ ଆମେ ଦୁଇଟି ରାଷ୍ଟ୍ର, ଗୋଟିଏ ନୁହେଁ। ଆମେ ଏହି ଦେଶ ପାଇଁ ବହୁତ ବଳିଦାନ ଦେଇଛୁ, ଆମେ ଜାଣୁ ଏହି ଦେଶକୁ ଗଠନ କରିବା ପାଇଁ ଆମକୁ କେତେ ସଂଘର୍ଷର ସମ୍ମୁଖୀନ ହେବାକୁ ପଡିଛି। ତୁମେ ତୁମ ପିଲାମାନଙ୍କୁ ପାକିସ୍ତାନୀର କାହାଣୀ କହିବା ଉଚିତ।

ଜେନେରାଲ ମୁନିର କାଶ୍ମୀରକୁ ନେଇ ଭାରତକୁ ଟାର୍ଗେଟ କରି କହିଛନ୍ତି ଯେ ପାକିସ୍ତାନରୁ କେବେବି କାଶ୍ମୀରକୁ ଅଲଗା କରିପାରିବ ନାହିଁ। କୌଣସି ଶକ୍ତି ମଧ୍ଯ କାଶ୍ମୀରକୁ ପାକିସ୍ତାନରୁ ଅଲଗା କରିପାରିବ ନାହିଁ।

Comments are closed.