Latest Odisha News

BREAKING NEWS

ନିଟ ପରୀକ୍ଷାରେ ବିଫଳ: ପୁଅ ପରେ ବାପାର ଆତ୍ମହତ୍ୟା, ଷ୍ଚାଲିନ କହିଲେ ‘ବାତିଲ୍ କରିଦେବୁ ପରୀକ୍ଷା’

ଚେନ୍ନାଇ: ପୁଅର ମୃତ୍ୟୁର ଦୁଃଖକୁ ସମ୍ଭାଳି ନପାରି ବାପାର ଆତ୍ମହତ୍ୟା। ୧୯ ବର୍ଷୀୟ ପୁଅ ନିଟ୍ ମେଡିକାଲ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ନ ପାରିବାରୁ ଆତ୍ମହତ୍ୟା କରିଥିଲେ ଆଉ ଏହାପରେ ମୃତକଙ୍କ ବାପା ମଧ୍ୟ ଦିନକ ପରେ ତାମିଲନାଡୁର ଚେନ୍ନାଇରେ ନିଜ ଘରେ ମୃତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଛି।

ଜଗଦୀଶ୍ୱରନ୍ ନାମକ ଏହି ବାଳକ ୨୦୨୨ରେ ଦ୍ୱାଦଶ ଶ୍ରେଣୀରୁ ୪୨୭ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଶନିବାର ସେ ବାପାଙ୍କ ଫୋନ୍ ରିସିଭ୍ ନକରି ଘରେ ମୃତ ଅବସ୍ଥାରେ ପଡ଼ିଥିଲେ। ତା’ ପରଦିନ ସକାଳେ ତାଙ୍କ ବାପା ସେଲଭାସେକରଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ବୋଲି ପୁଲିସ କହିଛି।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ. କେ. ଷ୍ଟାଲିନ୍ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଛାତ୍ରଛାତ୍ରୀଙ୍କୁ ଏଭଳି ଆତ୍ମଘାତି ଚିନ୍ତା ନକରି ଆତ୍ମବିଶ୍ୱାସର ସହ ଜୀବନ ବଞ୍ଚିବାକୁ ଅନୁରୋଧ କରିଛନ୍ତି।

୨୦୨୧ରେ ତାମିଲନାଡୁ ବିଧାନସଭାରେ ନିଟ୍ ପରୀକ୍ଷାରୁ ବାଦ୍ ଦେବା ପାଇଁ ବିଲ୍ ପାରିତ ହୋଇଛି। ଏହା ଧନୀ ଛାତ୍ରଛାତ୍ରୀଙ୍କ ପକ୍ଷ ନେଇଥାଏ ଯେଉଁମାନେ ଘରୋଇ କୋଚିଂ ନେଇପାରିବେ। ଗରିବ ପରିବାର ଏବଂ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅଧିକ ନମ୍ବର ରଖିଥିଲେ ମଧ୍ୟ ଅସୁବିଧାରେ ପକାଇଥାଏ ବୋଲି କୁହାଯାଇଥିଲା।

ଏହା ପୂର୍ବରୁ ପ୍ରାୟ ଏକ ଦଶନ୍ଧି ଧରି, ରାଜ୍ୟର ଡାକ୍ତରୀ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷାକୁ ରଦ୍ଦ କରିଦେଇଥିଲା ଏବଂ ଦ୍ୱାଦଶ ଶ୍ରେଣୀ ମାର୍କ ଆଧାରରେ ଏମବିବିଏସ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ନାମଲେଖା ହୋଇଥିଲା। ଦୀର୍ଘ ସମୟ ପରେ ବିଲକୁ ଫେରାଇ ଦେଇଥିବା ରାଜ୍ୟପାଳ ଆର. ଏନ. ରବି ପୁଣି ଥରେ ବିଧାନସଭା ପାସ୍ କରିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇ ଦେଇଥିଲେ।

ଏବେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ କହିଛନ୍ତି, କିଛି ମାସ ମଧ୍ୟରେ ନିଟ୍ ପରୀକ୍ଷା ବାତିଲ ହୋଇଯିବ। ଆମେ ଯେଉଁ ରାଜନୈତିକ ପରିବର୍ତ୍ତନ ଆଣିବାକୁ ଚାହୁଁଛୁ, ସେଥିରେ ନିଟ୍ ପରୀକ୍ଷା ଆଗାମୀ ଦିନରେ ବାତିଲ ହୋଇଯିବ।

କିଛି ଦିନ ତଳେ ନିଟ୍ ଯୋଗ୍ୟତା ହାସଲ କରିଥିବା ପରୀକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧିତ କରିଥିବା ରାଜ୍ୟପାଳ ରବି ଜଣେ ଅଭିଭାବକଙ୍କ ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଥିଲା। ଯେଉଁଥିରେ ପରୀକ୍ଷାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଝିଅର କୋଚିଂ ପାଇଁ ସେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିବା ବେଳେ ସବୁ ବାପାମାଆ ଏହାକୁ ସମ୍ଭାଳି ପାରୁନାହାନ୍ତି ବୋଲି କହିଥିଲେ ଅଭିଭାବକ। ରାଜ୍ୟପାଳ ଏହାର ଉତ୍ତର ଦେଇ କହିଥିଲେ ଯେ ବିଲ୍ ବର୍ତ୍ତମାନ ରାଷ୍ଟ୍ରପତିଙ୍କ ପାଖରେ ଅଛି ଏବଂ ସେ କେବେ ବି ଏଥିରେ ଦସ୍ତଖତ କରିବେ ନାହିଁ।

Comments are closed.