ଭୁବନେଶ୍ଵର : କମିଶନରେଟ୍ ପୋଲିସର ୱି କେୟାର ସାଥୀ ଆପ୍ ଲଞ୍ଚ୍। ଆପ୍ କୁ ଉଦଘାଟନ କଲେ ପୋଲିସ କମିଶନର। ‘ସାଥୀ’ ଆପକୁ ଅପଡେଟ କରି ‘ୱି କେୟାର ସାଥୀ’ ଓ ସରାଇ ଆପକୁ ମଧ୍ୟ ଅପଡେଟ କରାଯାଇଥିବା ନେଇ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ଦେଇଛନ୍ତି ସୂଚନା। ମହିଳାଙ୍କ ସୁରକ୍ଷା ପାଇଁ ଏହି ଆପ୍ ଲଞ୍ଚ୍ କରାଯାଇଛି। ବିପଦ ସମୟରେ ଏଥିରେ ଥିବା ଏକ ନିର୍ଦ୍ଦିଷ୍ଟ ବଟନ୍କୁ ଦବାଇଲେ ତୁରନ୍ତ ସହାୟତା ମିଳିବ। ଆପ୍ରେ ମେସେଜ୍ କଲେ ତୁରନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚିଯିବ।
ତତକ୍ଷଣାତ୍ SOS ଏବଂ ଫଟୋଗ୍ରାଫି: ଆପ୍ର SOS ବଟନ୍କୁ ଥରେ ଟ୍ୟାପ୍ କଲେ, ଫୋନ୍ କ୍ୟାମେରା ସ୍ୱୟଂଚାଳିତ ଭାବେ ୩ଟି ଫଟୋ ଉଠାଇଥାଏ।
ଲାଇଭ୍ ଲୋକସେସନ୍ : ଉପଭୋକ୍ତାଙ୍କର GPS ଲୋକେସନ୍ ଏବଂ ଫଟୋଗୁଡ଼ିକ ସିଧାସଳଖ ପୁଲିସ କଣ୍ଟ୍ରୋଲ ରୁମ୍କୁ ଚାଲିଯାଏ।
ଆପାତକାଳୀନ କଲ୍: ଫଟୋ ଉଠିବା ପରେ, ଆପ୍ ସ୍ୱୟଂଚାଳିତ ଭାବେ ଫୋନ୍ର ଡାଏଲପ୍ୟାଡ୍କୁ ୧୧୨ ନମ୍ବରକୁ ନେଇଯାଏ, ଯାହାଫଳରେ ଆପଣ ପୁଲିସ କିମ୍ବା ଅନ୍ୟାନ୍ୟ ଜରୁରୀକାଳୀନ ସେବା ସହ କଥା ହୋଇପାରିବେ।
ଭିଡିଓ ପ୍ରମାଣ: କଲ୍ ସରିବା ପରେ, ଏହା ଏକ କ୍ଷୁଦ୍ର ଭିଡିଓ ରେକର୍ଡ କରି ପଠାଇବାର ବିକଳ୍ପ ଦେଇଥାଏ।
ଏହି ସୁବିଧାକୁ ପାଇବା ପାଇଁ, ଆପଣ ଗୁଗଲ ପ୍ଟେ ଷ୍ଟୋର ମାଧ୍ୟମରେ We Care – Saathi ଆପ୍କୁ ନିଜ ଆଣ୍ଡ୍ରଏଡ୍ ଫୋନ୍ରେ ଡାଉନଲୋଡ୍ କରିପାରିବେ।