Latest Odisha News

ୟୁରୋପକୁ ଜୟଶଙ୍କରଙ୍କ କଟାକ୍ଷ; ଭାରତ ଉପଦେଶ ନୁହେଁ ସହଯୋଗୀ ଖୋଜୁଛି

ନୂଆଦିଲ୍ଲୀ:ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ୟୁରୋପ ସମେତ ସମଗ୍ର ବିଶ୍ୱକୁ ଏକ ସ୍ପଷ୍ଟ ଏବଂ ସିଧାସଳଖ ବାର୍ତ୍ତା ଦେଇଛନ୍ତି। ଜୟଶଙ୍କର ଆର୍କଟିକ ସର୍କଲ ଇଣ୍ଡିଆ ଫୋରମ ୨୦୨୫ରେ କହିଛନ୍ତି, ‘ଉପଦେଶ ନୁହେଁ ସହଯୋଗୀ ଖୋଜୁଛି । ଖାସ୍ କରି ନିଜ ଘରେ ଗୋଟିଏ ଉପଦେଶ, ଅନ୍ୟମାନଙ୍କ କ୍ଷେତ୍ରରେ ଅନ୍ୟ ଏକ ଉପଦେଶ ଦେବାବାଲା ଆମର ଆବଶ୍ୟକ ନାହିଁ ।’

ଡକ୍ଟର ଜୟଶଙ୍କର କହିଛନ୍ତି ଯେ, ଭାରତ ପାରସ୍ପରିକ ସମ୍ମାନ ଏବଂ ବୁଝାମଣା ପ୍ରଦର୍ଶନ କରୁଥିବା ଦେଶମାନଙ୍କ ସହିତ କାମ କରିବାକୁ ଚାହୁଁଛି। ୟୁରୋପକୁ କଟାକ୍ଷ କରି କହିଥିଲେ ଯେ, କିଛି ୟୁରୋପୀୟ ଦେଶ ଏବେ ବି ସେମାନଙ୍କର ମୂଲ୍ୟବୋଧ ଏବଂ କାର୍ଯ୍ୟ ମଧ୍ୟରେ ଥିବା ପାର୍ଥକ୍ୟ ରହିଛି ।

ଏହାର ଅର୍ଥ ହେଉଛି ଯେ ଭାରତ ସଚ୍ଚୋଟ ଭାବରେ ଆଚରଣ କରୁଥିବା ଦେଶମାନଙ୍କ ସହିତ କାମ କରିବାକୁ ଚାହୁଁଛି।

ଡକ୍ଟର ଜୟଶଙ୍କର ଆହୁରି କହିଛନ୍ତି, ‘ଯଦି ଆମକୁ ସହଭାଗୀତା ବିକଶିତ କରିବାକୁ ଅଛି , ତେବେ କିଛି ବୁଝାମଣା, ସମ୍ବେଦନଶୀଳତା, ପାରସ୍ପରିକ ଆଗ୍ରହ ଏବଂ ବିଶ୍ୱ କିପରି କାର୍ଯ୍ୟ କରେ ତାହାର ଅନୁଭବ ହେବା ଉଚିତ।’ ଏହାର ଅର୍ଥ ହେଉଛି ଯେ ସହଭାଗୀତା ସଫଳ ହେବା ପାଇଁ ଉଭୟ ପକ୍ଷଙ୍କୁ ପରସ୍ପରର ଆବଶ୍ୟକତା ଏବଂ ଆଗ୍ରହକୁ ବୁଝିବାକୁ ପଡିବ।

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ପଚରାଯାଇଥିଲା ଯେ ଭାରତ ୟୁରୋପରୁ କ’ଣ ଆଶା କରେ। ସେ କହିଥିଲେ ଯେ, ଯେତେବେଳେ ଆମେ ବିଶ୍ୱକୁ ଦେଖୁ, ଆମେ ପରାମର୍ଶଦାତା ନୁହେଁ, ସାଥୀ ଖୋଜୁ । ବିଶେଷକରି ଯେଉଁମାନେ ବିଦେଶରେ ଯାହା ପ୍ରଚାର କରନ୍ତି ତାହା ନିଜ ଦେଶରେ ଲାଗୁ କରନ୍ତି ନାହିଁ, । ମୁଁ ଭାବୁଛି ୟୁରୋପର କିଛି ଅଂଶ ଏବେ ବି ଏହି ସମସ୍ୟା ସହିତ ସଂଘର୍ଷ କରୁଛନ୍ତି ଓ କିଛି ଅଂଶରେ ପରିବର୍ତ୍ତନ ଆସିଛି ।

 

ଜୟଶଙ୍କର କହିଛନ୍ତି ଯେ ଭାରତ ସର୍ବଦା “ରୁଷିଆନ୍ ଯଥାର୍ଥବାଦ”କୁ ସମର୍ଥନ କରିଆସିଛି ଏବଂ ସମ୍ବଳ ପ୍ରଦାନକାରୀ , ଗ୍ରାହକ ଭାବରେ ଭାରତ ଏବଂ ରୁଷିଆ ମଧ୍ୟରେ “ମହତ୍ୱପୂର୍ଣ୍ଣ ସମନ୍ୱୟ” ରହିଛି ଏବଂ ସେମାନେ ଏହି କ୍ଷେତ୍ରରେ ପରସ୍ପରକୁ “ପରିପୂରକ” କରନ୍ତି। ଏଥିସହ ସେ କହିଥିଲେ, “ଯେପରି ମୁଁ ରୁଷର ଯଥାର୍ଥବାଦର ସମର୍ଥକ, ସେହିପରି ମୁଁ ଆମେରିକାର ଯଥାର୍ଥବାଦର ମଧ୍ୟ ସମର୍ଥକ।”

ସେ ଆହୁରି କହିଥିଲେ, “ମୁଁ ଭାବୁଛି ଆଜିର ଆମେରିକା ସହିତ ସମ୍ପର୍କ ସ୍ଥାପନ କରିବାର ସର୍ବୋତ୍ତମ ଉପାୟ ହେଉଛି ଦୁଇ ଦେଶ ପରସ୍ପରର ହିତ ସାଧନ ଦିଗରେ କାର୍ଯ୍ୟ କରିବା, ବୈଚାରିକ ମତଭେଦ ରଖି ଆଗକୁ ବଢ଼ିଲେ ପରସ୍ପରର ହିତ ଦିଗରେ କାର୍ଯ୍ୟ କରିବାର ସମ୍ଭାବନା ନଷ୍ଟ ହୋଇଯିବ ।

ଭାରତ ଓ ପାକିସ୍ତାନ କୂଟନୈତିକ ଆଲୋଚନା ମାଧ୍ୟମରେ ନିଜର ବିବାଦ ସମାଧାନ କରନ୍ତୁ ଓ ଉତ୍ତେଜନା ହ୍ରାସ କରନ୍ତୁ ବୋଲି ୟୁରୋପୀୟ ସଂଘ ଗତ କାଲି ପରାମର୍ଶ ଦେଇଥିଲା । ଏହାକୁ ନେଇ ଭାରତ କ୍ଷୁବ୍ଧ ହୋଇଛି ।

Comments are closed.