Latest Odisha News

BREAKING NEWS

ଚେନ୍ନାଇ ସିଇଓଙ୍କ ବୟାନ ଧୋନୀଙ୍କ ଖେଳିବା ନେଇ ସସ୍ପେନ୍ସ ବଢ଼ାଇଲା

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ସଂସ୍କରଣରେ ମହେନ୍ଦ୍ର ସିଂ ଧୋନୀ ଖେଳିବେ କି ନାହିଁ ତାହା ଏବେ ବି ସସ୍ପେନ୍ସରେ ରହିଛି । ନୂତନ ନିୟମ ଅନୁସାରେ ଜଣେ ଖେଳାଳି ଯଦି ଅବସର ନେଇଛନ୍ତି ଏବଂ ୫ ବର୍ଷ ହେବ ଆନ୍ତର୍ଜାତୀୟ ମ୍ୟାଚ ଖେଳି ନାହାନ୍ତି ତେବେ ତାଙ୍କୁ ଫ୍ରାଂଚାଇଜ ଅନକ୍ୟାପେଡ ଖେଳାଳି ଭାବେ ଦଳରେ ରିଟେନ କରିପାରିବେ । ଏ ସମ୍ପର୍କରେ ଏକ ସାକ୍ଷାତକାରରେ ଚେନ୍ନାଇ ସୁପର କିଙ୍ଗସର ସିଇଓ କାଶୀ ବିଶ୍ୱନାଥ କହିଛନ୍ତି ଯେ, ଧୋନୀଙ୍କ ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ଆଲୋଚନା ହୋଇନି । ଏପରିକି ଆମେ ତାଙ୍କ ପାଇଁ ଉପରୋକ୍ତ ନିୟମର ବ୍ୟବହାର କରି ନ ପାରୁ । ଧୋନୀ ଏବେ ଆମେରିକାରେ ଅଛନ୍ତି । ତାଙ୍କ ସହ ଆଲୋଚନା ହେବା ପରେ ଯାହା କିଛି ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।

ଆମେ ଏବେ ବି ଆଶା ରଖିଛୁ ଧୋନୀ ଖେଳିବେ । ମାତ୍ର ଖେଳିବେ କି ନାହିଁ ସେ ସମ୍ପର୍କରେ ଚୂଡାନ୍ତ ନିଷ୍ପତି ଧୋନୀ ନିଜେ ନେବେ ବୋଲି ସେ କହିଛନ୍ତି । ଧୋନୀ ଆଇପିଏଲ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ଭାବେ ପରିଗଣିତ ହୁଅନ୍ତି । ତାଙ୍କ ନେତୃତ୍ୱରେ ଚେନ୍ନାଇ ୫ ଥର ଚାମ୍ପିୟନ ହୋଇଛି । ୨୦୨୩ରେ ତାଙ୍କ ନେତୃତ୍ୱରେ ଦଳ ଶେଷ ଥର ଚାମ୍ପିୟନ ହୋଇଥିଲା । ୨୦୨୪ ସିଜନ ଆରମ୍ଭ ପୂର୍ବରୁ ସେ ହଠାତ ଅଧିନାୟକ ପଦ ଛାଡି ଦେଇଥିଲେ । ତାଙ୍କ ସ୍ଥାନରେ ରିତୁରାଜ ଗାଏକ୍ୱାଡ ଦଳର ନେତୃତ୍ୱ ନେଇଥିଲେ । ଦଳର ପ୍ରଦର୍ଶନ ସେ ଭଳି ସନ୍ତୋଜନକ ରହି ନ ଥିଲା ।

Leave A Reply

Your email address will not be published.