Latest Odisha News

BREAKING NEWS

ବିଧାନସଭା ନିର୍ବାଚନରେ ବହୁତ ଭଲ କରିବୁ: ନବୀନ

ଭୁବନେଶ୍ବର: ଏଏନଆଇକୁ ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ । ଆଜି ଏଏନଆଇକୁ ସାକ୍ଷାତକାର ଦେବା ଅବସରରେ ମୁଖ୍ୟମନ୍ତ୍ରୀ ଅନେକ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ଚଳିତ ବିଧାନସଭା ନିର୍ବାଚନରେ ଆମେ ବହୁତ ଭଲ କରିବୁ ।  ଲୋକସଭା ନିର୍ବାଚନରେ ବି ବହୁତ ଭଲ ସଂଖ୍ୟାଗରିଷ୍ଠ ପାଇବୁ ବୋଲି କହିଛନ୍ତି ନବୀନ ।

ପ୍ରସଙ୍ଗ ଭିତ୍ତିରେ ସମର୍ଥନ ଦେବେ କି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ରାଜନୀତିରେ ମୋର କାହାପ୍ରତି ଆକ୍ରୋଶ ନାହିଁ । ସାଧାରଣ ଜୀବନରେ ମୁଁ କାହାପ୍ରତି କେବେ ଆକ୍ରୋଶ ଦେଖାଇନି । ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦରକାର ହେଲେ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ନବୀନ କହିଛନ୍ତି ।

ଏହା ସହିତ ସ୍ବାସ୍ଥ୍ୟ ପ୍ରସଙ୍ଗରେ  ମଧ୍ୟ ନବୀନ ପ୍ରତିକ୍ରିୟା ରଖିଛନ୍ତି । ମୁଁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛି, ମୋ ସ୍ବାସ୍ଥ୍ୟାବସ୍ଥା ପୁରା ଭଲ ଅଛି। ବିରୋଧୀମାନେ କେବଳ ନିର୍ବାଚନ ପାଇଁ ଅପପ୍ରଚାର କରୁଛନ୍ତି । ମୁଁ ୨୭ ବର୍ଷ ହେବ ଦଳର ସଭାପତି ଅଛି, ସୁସ୍ଥ ରହିଲେ ଆଗକୁ ମଧ୍ୟ ଦାୟିତ୍ୱ ତୁଲାଇବି ଏବଂ ମୋ ପରେ ବି ବିଜେଡି ଲୋକଙ୍କ ପାଇଁ କାମ କରିବ ।

ସେହିପରି ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସ୍ୱାସ୍ଥ୍ୟବସ୍ଥାକୁ ନେଇ କହିଥିଲେ କି ବିଜେପି ସରକାର ଆସିଲେ ନବୀନଙ୍କ ହଠାତ୍ ସ୍ୱାସ୍ତ୍ୟ ଖରାପ ହେବା ବିଷୟରେ ଯାଞ୍ଚ ହେବ । ଏହାର କଡା ପ୍ରତିକ୍ରିୟା ରଖିଛନ୍ତି ନବୀନ । ସେ କହିଛନ୍ତି ,ପ୍ରଧାନମନ୍ତ୍ରୀ କହିଲେ ସେ ମୋର ଶୁଭଚିନ୍ତକ ଏବଂ ମୋର ବନ୍ଧୁ । ଯଦି ତାଙ୍କୁ ମୋର ଏତେ ଚିନ୍ତା ,ତେବେ ସେ ସାମାନ୍ୟ ଏକ ଫୋନକଲ୍ ଦ୍ୱାରା ମୋର ସ୍ୱାସ୍ଥ୍ୟ କଥା ପଚାରି ବୁଝିପାରିଥାନ୍ତେ । କିନ୍ତୁ ସେ ଏହା ନ କରି ନିର୍ବାଚନୀ ସଭାରେ  କେବଳ ନିଜର ଭୋଟ ପାଇଁ କହିଛନ୍ତି ।

 

Comments are closed.