Latest Odisha News

BREAKING NEWS

‘କ୍ଷମତାକୁ ଆସିଲେ କୋଟିଏ ଲକ୍ଷପତି ସୃଷ୍ଟି କରିବୁ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଆୟୋଜିତ ଜନ ଆଶୀର୍ବାଦ ସଭାରେ ଯୋଗଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପି ଉପରେ ବର୍ଷିଛନ୍ତି । ରାହୁଲ କହିଛନ୍ତି, ପ୍ରଥମ ଥର ପାଇଁ କୌଣସି ଦଳ କହିଛି ଜିତିଲେ ସମ୍ବିଧାନ ବଦଳାଇବ । ଦୁନିଆର କୌଣସି ଶକ୍ତି ସମ୍ବିଧାନକୁ ଛୁଇଁ ପାରିବ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

 

ସେ ଆହୁରି କହିଛନ୍ତି ଯେ, ‘ବିଜେପି କହୁଛି ଆମେ ଜିତିଲେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିବୁ । ପୂରା ପବ୍ଲିକ ସେକ୍ଟରକୁ ଉଦ୍ୟୋଗପତିଙ୍କୁ ବିକିଛନ୍ତି । ୨୨ ଶିଳ୍ପପତିଙ୍କୁ ୧୬ ଲକ୍ଷ କୋଟି ଋଣ ଛାଡ଼ କରିଦେଇଛନ୍ତି । ସରକାର ଦେଶବାସୀଙ୍କ ପାଇଁ ନୁହେଁ ବରଂ ୨୨ ଜଣ ଉଦ୍ୟୋଗପତିଙ୍କ ପାଇଁ କାମ କରୁଛି ବୋଲି କହି ଗର୍ଜିଛନ୍ତି ରାହୁଲ । ସେହିପରି ଦେଶର ଗରିବ ଲୋକଙ୍କ ମୁଣ୍ଡ ଉପରେ ଏତେ ମାତ୍ରାରେ ବୋଝ ଲଦିଛି ଯେ ବିଜେପି, ସେଥିରୁ ମୁକୁଳିବା ଏତେ ସହଜ ନୁହେଁ’ ।

 

ଦିଲ୍ଲୀରେ ସରକାରକୁ ୯୦ ଅଫିସର ଚଳାଉଛନ୍ତି, ସେଥିରୁ ୩ ଦଳିତ । ଆମେ ସରକାରକୁ ଆସିଲେ କୋଟିଏ ଲକ୍ଷପତି ସୃଷ୍ଟି କରିବୁ ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ  ଗାନ୍ଧୀ । ଜୁନ୍‌ ୪ରେ ଇଣ୍ଡିଆ ମେଣ୍ଟ ସରକାର ଗଠନ ହେବ । ସରକାରକୁ ଆସିବା କ୍ଷଣି ଜାତି ଜନଗଣନା ହେବ,ସବୁ ବର୍ଗଙ୍କ ଗଣତି ହେବ । ପ୍ରତି ପରିବାରରେ ଜଣେ ଜଣେ ମହିଳାଙ୍କୁ ଲକ୍ଷପତି କରାଯିବ । ଜୁଲାଇ ୪ ରେ ପ୍ରଥମ କିସ୍ତି ଭାବେ ମହିଳାଙ୍କ ଖାତାକୁ ୮୫୦୦ ଯିବ । ବର୍ଷକରେ ୧ ଲକ୍ଷ ଟଙ୍କା ପ୍ରତି ମହତଳାଙ୍କ ଖାତାକୁ ଯିବ । ସାରା ଦେଶରେ ବନ୍ଦ ପଡିଥିବା କାରଖାନା ଚାଲୁ କରାଯିବ ବୋଲି ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ।

 

ସେହିପରି, ଚଳିତ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ ଚାଷି ମାନଙ୍କୁ ଋଣ ଛାଡ କରାଯିବ, ଗ୍ୟାରେଣ୍ଟି ଏମ୍ଏସପି ଲାଗୁ ହେବ, ବେରୋଜଗାର ଯୁବ ବର୍ଗଙ୍କୁ ବର୍ଷକ ଯାଏଁ ୮୫୦୦ ଟଙ୍କା ମିଳିବ କହି ପ୍ରତିଶୃତି ଦେଇଛନ୍ତି ରାହୁଲ ଗାନ୍ଧୀ ।

 

 

Leave A Reply

Your email address will not be published.