Latest Odisha News

BREAKING NEWS

ଲଞ୍ଚ ହେଲା ‘ମୋ ବୁଥ ଆପ୍‌’

ଭୁବନେଶ୍ବର:ଲଞ୍ଚ ହେଲା ମୋ ବୁଥ ଆପ୍‌ । ‘ମୋ ବୁଥ୍ ଆପ୍’ ଉନ୍ମୋଚନ କଲେ ସିଇଓ ନିକୁଞ୍ଜ ବିହାରୀ ଧଳ  । ସହରାଞ୍ଚଳ ଭୋଟରଙ୍କୁ ସଚେତନ ପାଇଁ ‘ମୋ ବୁଥ୍ ଆପ୍’ ଉନ୍ମୋଚନ କରାଯାଇଛି ।ଏହି ଆପ୍ ଓ ୱେବସାଇଟ ମାଧ୍ୟମରେ ବୁଥ୍ ସମ୍ପର୍କରେ ସବୁ ତଥ୍ୟ ଜାଣିହେବ ।

ତେବେ ପ୍ରାଥମିକ ପର୍ଯ୍ୟାୟରେ କେବଳ ଖୋର୍ଦ୍ଧା ଜିଲା ଭୋଟରଙ୍କ ପାଇଁ ଏହି ପୋର୍ଟାଲ ଉପଲବ୍ଧ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ମଣ୍ଡଳୀରେ ୭୫.୬୮% ମତଦାନ । ସବୁଠୁ ଅଧିକ ନବରଙ୍ଗପୁର,ଏବଂ  ସବୁଠୁ କମ୍ ବ୍ରହ୍ମପୁରରେ ମତଦାନ ହୋଇଥିବା ବେଳେ ସ୍ୱାଭିମାନ ଅଞ୍ଚଳର ୨୩ ବୁଥ୍‌ରେ ଚଳିତ ବର୍ଷ ୮% ଅଧିକ ଭୋଟିଂ ହୋଇଛି । ଏହି ଆପ୍‌ ଜରିଆରେ ମତଦାନ କେନ୍ଦ୍ରରେ ସେହି ସମୟ ମଧ୍ୟରେ ମତଦାନ ନିମନ୍ତେ କେତେ ଜଣ ମତଦାତା ଉପସ୍ଥିତ ଅଛନ୍ତି ତାହା ଜାଣିପାରିବେ ।

Leave A Reply

Your email address will not be published.