ଭୁବନେଶ୍ବର: ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବୁନି, ନିଜ ଆଡୁ ଦେବେ ଯଦି ଦେବେ । କିଛି ଏଭଳି ଢଙ୍ଗରେ କହି ମମତା ସରକାରଙ୍କୁ ତାତ୍ସଲ୍ୟ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବାରମ୍ବାର କହିବା ସତ୍ବେ ମଧ୍ୟ ଓଡିଶାକୁ ଆଳୁ ଦେବା ପାଇଁ ପଶ୍ଚିମବଙ୍ଗ ସରକାର ଅମଙ୍ଗ ହେବାରୁ ଏହାକୁ ନେଇ ଆଜି ବର୍ଷିଛନ୍ତି ମନ୍ତ୍ରୀ ।
ମନ୍ତ୍ରୀ କହିଛନ୍ତି, ଆମେ ମାଗିଖିଆ ନୁହେଁ । ପଶ୍ଚିମବଙ୍ଗରୁ ଆଳୁ ଆସିବ ନାହିଁ କି ଆମେ ଆଉ ମାଗିବୁ ନାହିଁ । ଯଦି ମମତା ସରକାର ନିଜ ଆଡୁ ଦେବେ ତେବେ ଆମ ସରକାର ରଖିବ । ନହେଲେ ଆମେ ଆଉ ମାଗିବୁନି । ଆଳୁ କେବଳ ପଶ୍ଚିମବଙ୍ଗରେ ମିଳୁନାହିଁ ।
ଏଥିସହିତ ବର୍ତ୍ତମାନ ରାଜ୍ୟରେ ଆଳୁ ନିଆଣ୍ଟିଆ ପ୍ରସଙ୍ଗକୁ ନେଇ ମନ୍ତ୍ରୀ କହିଛନ୍ତି, ଉତ୍ତରପ୍ରଦେଶରୁ ଆଜି ଆଳୁ ଆସିଛି । ବଜାରରେ ପର୍ଯ୍ୟାପ୍ତ ପରିମାଣର ଆଳୁ ରହିଛି । ଆଜି ବଜାରରେ ଆଳୁ ମୂଲ୍ୟ ୩୦ ରହିଛି । ଉତ୍ତରପ୍ରଦେଶରେ ଆଳୁ ୨୨ ଟଙ୍କାରେ ମିଳୁଥିବା ବେଳେ ଭଡା ବାବଦକୁ ୪ ଟଙ୍କା ପଡୁଛି । ଏହାବ୍ୟତୀତ ଯଦି ଆଳୁ ଦରକୁ ନେଇ କେଉଁଠି ବି ଚଢାରେ ବିକ୍ରି ହେଉଛି, ସେଠି ତୁରନ୍ତ ଚଢାଉ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ତେବେ କହିରଖୁଛୁ, ପୁଣି ପଶ୍ଚିମବଙ୍ଗ ସୀମାରେ ଆଳୁ ଗାଡି ଅଟକାଯାଇଥିବା ବେଳେ ରାଜ୍ୟରେ ରାତିଏ ଭିତରେ ଆଳୁ ଦଳ ୩୦ ରୁ ୩୫ ଛୁଇଁଥିଲା । କେଉଁଠି କେଉଁଠି ଚଢାରେ ବିକ୍ରି କରି ୪୦ ଟଙ୍କା ନେଉଥିଲେ ବିକ୍ରେତା । ଯାହା ପୁଣି ଆଳୁ ସଙ୍କଟ ଆଶଙ୍କା ସୃଷ୍ଟି କରିଥିବା ବେଳେ ସବୁ ଦେଶ ପୂର୍ବ ନବୀନ ସରକାରଙ୍କ ଉପରେ ଲଦି ଦେଇଛନ୍ତି ଯୋଗାଣ ମନ୍ତ୍ରୀ । ୨୪ ବିଜେଡି କିଛି କରିନି । ତେଣୁ ଆମ ରାଜ୍ୟରେ ହିଁ ଆଳୁ ପିଆଜ, ମାଛ ଉତ୍ପାଦନ ପାଇଁ ନୂଆ ସରକାର ଯୋଜନା ଚଳାଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ।