Latest Odisha News

BREAKING NEWS

‘ଯିଏ ବି ମୁଖ୍ୟମନ୍ତ୍ରୀ ହେବ, ନବୀନଙ୍କ ଠାରୁ ଭଲ ହେବ’

ଭୁବନେଶ୍ବର:  ଚଳିତ ଥର ନିର୍ବାଚନରେ ଦେଖିବାକୁ ମିଳିଛି ବଡ ପରିବର୍ତନ । ଯାହା  ସମସ୍ତଙ୍କୁ ଚମକାଇ ଦେଇଛି । ରାଜ୍ୟରେ ବିଜେପିକୁ ମିଳିଛି ବଡ଼ ବିଜୟ । ଓଡ଼ିଶାରେ ବିଜେପିକୁ ସ୍ପଷ୍ଟ ବହୁମତ। ସେପଟେ  ଅପ୍ରତିଦ୍ୱନ୍ଦୀ ନେତା ନବୀନ ପଟ୍ଟନାୟକଙ୍କ ହାତରୁ ଦୀର୍ଘ  ୨୪ ବର୍ଷ ଶାସନ କ୍ଷମତା ଖସିଯାଇଛି  । ଏହାରି ଭିତରେ ଦ୍ବନ୍ଦ୍ବ  ଲାଗିରହିଛି କିଏ ହେବ ମୁଖ୍ୟମନ୍ତ୍ରୀ ।

ବିଜେପି ନେତା ଜୟନାରାୟଣ ମିଶ୍ର ପ୍ରେସମିଟ୍‌ କରି ମୁଖ୍ୟମନ୍ତ୍ରୀ କିଏ ହେବ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି , ଜଣେ ଓଡ଼ିଆ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବେ, ଓଡ଼ିଆରେ କହି ପାରୁଥିବେ  । ଓଡ଼ିଶାର ବିକାଶ ଓ ଏକ ନମ୍ବର ରାଜ୍ୟ କରିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ଜୟନାରାୟଣ । ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ପରେ ଆମର ପ୍ରଥମ କାମ ରତ୍ନଭଣ୍ଡାର ଚାବି ବାହାର କରିବୁ, କୋଷ୍ଟାଲ ହାଇୱେ କରିବୁ ।

କୌଣସି ଅଭିଯୁକ୍ତଙ୍କୁ ଛଡ଼ାଯିବନି କହିଲେ ଜୟନାରାୟଣ । ସେ କହିଛନ୍ତି ଓଡିଶାରେ ବିକଳ୍ପ ନଥିଲା, ଲୋକେ ବିକଳ୍ପ ଖୋଜୁଥିଲେ ।ନିର୍ଦ୍ଦିଷ୍ଟ ରଣନୀତି କରି ବିଜେଡିକୁ ଆକ୍ରମଣ କରିଥିଲୁ, ଯାହା ଦ୍ବାରା ଆଜି ସଫଳ ହେଇଛୁ । ଲୋକେ ପରିବର୍ତନ ଚାହୁଁଥିଲେ ।

ଡାକ୍ତର, ଶିକ୍ଷକ, ଧାନମଣ୍ଡି ଇସ୍ୟୁ ବହୁଦିନ ଧରି ଓଡିଶାରେ ଲାଗିରହିଥିଲା । ଯାହା ପାଇଁ ଲୋକଙ୍କ ଭିତରେ କ୍ରୋଧ ଥିଲା । ବର୍ତମାନ ବିଜେପି ସରକାର ସେସବୁ ସମସ୍ୟାର ସମାଧାନ କରିବ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ କିଏ ହେବ ପ୍ରସଙ୍ଗରେ ଜୟନାରାୟଣ ପ୍ରତିକ୍ରିୟା ରଖିଥିଲେ ଯେ ଯିଏ ବି ମୁଖ୍ୟମନ୍ତ୍ରୀ ହେବ, ନବୀନଙ୍କ ଠାରୁ ଭଲ ହେବ ।

Leave A Reply

Your email address will not be published.