ଲକ୍ଷ୍ନୌ: ଯୋଗୀ ସରକାରଙ୍କ ମନ୍ତ୍ରୀ ରଘୁରାଜ ସିଂହ ହୋଲି ଏବଂ ରମଜାନକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯେପରି ହୋଲି ଦିନ ମସଜିଦକୁ ତିରପାଲରେ ଘୋଡ଼ାଇ ଦିଆଯାଏ ଓ ମହିଳାମାନେ ହିଜାବ ପିନ୍ଧି ରହିଥାନ୍ତି। ସେହିପରି ସେଦିନ ମଧ୍ଯ ନମାଜ ପାଇଁ ତାରପୋଲିନ ହିଜାବ ପିନ୍ଧି ଘରୁ ବାହାରିବା ଉଚିତ।
ଚଳିତ ବର୍ଷ ହୋଲି ଓ ଜୁମା ନମାଜ ଗୋଟିଏ ଦିନରେ ହିଁ ପଡୁଛି। ହୋଲି ବର୍ଷକରେ ଥରେ ଆସେ। ତିରପାଲ ଏବଂ ହିଜାବ ପିନ୍ଧିବା ଦ୍ୱାରା ସେମାନଙ୍କର ଟୋପି ଓ ଧଳା ରଙ୍ଗର ପୋଷାକ ଖରାପ ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। କାରଣ ରଙ୍ଗ ଖେଳିବା ସମୟରେ ରଙ୍ଗ କେତେ ଦୂର ଯାଉଛି ତାହା ଖେଳୁଥିବା ବ୍ୟକ୍ତି ଜାଣିପାରେ ନାହିଁ।
ଆହୁରି ମଧ୍ଯ ମନ୍ତ୍ରୀ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ ହୋଲି ଖେଳିବା ଏବଂ ରାମ ମନ୍ଦିର ନିର୍ମାଣ ସମ୍ପର୍କରେ ନିଜ ବୟାନ ଦେଇଛନ୍ତି।ତାଙ୍କର ସମ୍ପୂର୍ଣ୍ଣ ସମ୍ପତ୍ତିକୁ ବିନିଯୋଗ କରି ଏଠାରେ ରାମ ମନ୍ଦିର ନିର୍ମାଣ କରିବେ ଓ ପ୍ରଥମ ଇଟା ସେ ହିଁ ରଖିବେ ବୋଲି ସେ କହିଛନ୍ତି। ତେବେ ଏହା ପୂର୍ବରୁ ସମ୍ଭଲର ସିଓ ଅନୁଜ ଚୌଧୁରୀ ହୋଲି ଏବଂ ରମଜାନ ସମ୍ପର୍କରେ ଏକ ବୟାନ ଦେଇ କହିଥିଲେ ଯେ ଜୁମା ବର୍ଷରେ ୫୨ ଥର ଆସିଥାଏ କିନ୍ତୁ ହୋଲି ବର୍ଷରେ ଥରେ ଆସେ। ତେଣୁ ଯାହାର ରଙ୍ଗ ସହିତ ସମସ୍ୟା ଅଛି, ସେ ଘରୁ ନ ବାହାରି ଘରେ ହିଁ ନମାଜ ପାଠ କରିବା ଉଚିତ୍।
Comments are closed.