Latest Odisha News

BREAKING NEWS

ରାଜ୍ୟର ୫ ହଜାରରୁ ଅଧିକ ଗାଁରେ ନାହିଁ ସବୁଦିନିଆ ରାସ୍ତା: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ୫ ହଜାରରୁ ଉର୍ଦ୍ଧ୍ବ ଗାଁକୁ ରାସ୍ତା ନାହିଁ । ଏନେଇ ଆଜି ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ।

ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୯୦୫ଟି ସଂଯୋଗହୀନ ଗ୍ରାମ ଏବଂ ପଡ଼ା ରହିଛି । ଏହାପରେ ରହିଛି ନୟାଗଡ ଜିଲ୍ଲା ଯେଉଁଠାରେ ୫୩୬ଟି ଗ୍ରାମକୁ ରାସ୍ତ ନାହିଁ । ଏହାତଳକୁ ନବରଙ୍ଗପୁରର ୪୩୫ଟି ଗ୍ରାମ, ମାଲକାନଗିରିରେ ୩୨୮ ଏବଂ କଳାହାଣ୍ଡିରେ ୩୨୧ଟି ଗ୍ରାମ ରହିଛି ।

ମନ୍ତ୍ରୀ କହିଛନ୍ତି ଯେ ୨୦୨୪-୨୫ ମସିହାରେ ଗ୍ରାମ ପଞ୍ଚାୟତ ଏବଂ ପଞ୍ଚାୟତ ସମିତି ଦ୍ୱାରା କରାଯାଇଥିବା ଏକ ସର୍ଭେ ମାଧ୍ୟମରେ ଏହି ସଂଯୋଗହୀନ ଗ୍ରାମ ଏବଂ ପଡ଼ାଗୁଡ଼ିକୁ ଚିହ୍ନଟ କରାଯାଇଥିଲା ।

Comments are closed.