Latest Odisha News

BREAKING NEWS

ପାଣିପାଗ ସତର୍କ ସୂଚନା: ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଭାରତୀୟ ପାଣିପାଗ କେନ୍ଦ୍ରର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୧୧ ଟି ଜିଲ୍ଲାରେ ସୋମବାର ପ୍ରବଳ ଝଡ଼ବର୍ଷାର ସତର୍କ ସୂଚନା ଦେଇଛନ୍ତି ।

ରାଜ୍ୟର କଟକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୁରଭଞ୍ଜ, ବାଲେଶ୍ୱର, ପୁରୀ, ଗଞ୍ଜାମ, ଗଜପତି, କୋରାପୁଟ ଓ ନୟାଗଡ଼ ଜିଲ୍ଲାରେ ଆସନ୍ତା କେଇଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ସୂତ୍ରରୁ ସୂଚନା ମିଳିଛି ।

ପାଣିପାଗ କେନ୍ଦ୍ରର ସତର୍କ ସୂଚନାନୁଯାୟୀ ରାଜ୍ୟର ଏହିସବୁ ଜିଲ୍ଲାର କେତେକ ସ୍ଥାନରେ ପବନ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହି ସମୟରେ ଜନସାଧାରଣଙ୍କୁ ନିରାପଦ ସ୍ଥାନମାନଙ୍କରେ ରହିବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ କେନ୍ଦ୍ରର କର୍ତ୍ତୃପକ୍ଷ ।

Leave A Reply

Your email address will not be published.