Latest Odisha News

BREAKING NEWS

ବିଶ୍ୱକପ ଫୁଟବଲ: ମେକ୍ସିକୋକୁ ୨-୦ ରେ ହରାଇ ବ୍ରାଜିଲ କ୍ୱାଟର ଫାଇନାଲରେ

ମସ୍କୋ : ଚର୍ଚ୍ଚିତ ବ୍ରାଜିଲୀୟ ଫୁଟବଲର୍ ନେମାର ପୁଣି ମ୍ୟାଚରେ ହିରୋ ପାଲଟିଛନ୍ତି । ସୋମବାର ଖେଳାଯାଇଥିବା ବିଶ୍ୱକପର ୧ମ ପ୍ରି-କ୍ୱାର୍ଟର ଫାଇନାଲରେ ମେକ୍ସିକୋ ଭେଟିଥିଲା ଶକ୍ତିଶାଳୀ ବ୍ରାଜିଲକୁ ।

 

ନେମାରଙ୍କ ୫୧ତମ ମିନିଟରେ ଏକ ଚମତ୍କାର ଫିଲ୍ଡ ଗୋଲ ଏବଂ ନେମାରଙ୍କ ପାସ୍ ଦ୍ୱାରା ଫିରମିନୋଙ୍କ ୮୮ ମିନିଟରେ ଏକ ଗୋଲ ବଳରେ ବ୍ରାଜିଲ ଟିମ ମେକ୍ସିକୋକୁ ପରାସ୍ତ କରି କ୍ୱାର୍ଟର ଫାଇନାଲକୁ ଉନ୍ନିତ ହୋଇଛି ।

ବ୍ରାଜିଲ ଓ ମେକ୍ସିକୋ ମଧ୍ୟରେ ଖେଳାଯାଇଥିବା ଏହି ସଂଘର୍ଷପୂର୍ଣ୍ଣ ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ ଆରମ୍ଭରୁ ବେଶ୍ ଉକ୍ରଣ୍ଠାର ସହିତ ଖେଳାଯାଇଥିଲା । ମେକ୍ସିକୋ ଆରମ୍ଭରୁ ବ୍ରାଜିଲକୁ ଚାପ ପକାଇବାକୁ ଚେଷ୍ଟା କରି ମଧ୍ୟ ବ୍ରାଜିଲର ଘନଘନ ଆକ୍ରମଣକୁ ସାମ୍ନା କରିବା କଷ୍ଟକର ଥିଲା ।

Leave A Reply

Your email address will not be published.