ଭୁବନେଶ୍ୱର: କିଛିଦିନର ଅପେକ୍ଷା ପରେ ଓଡ଼ିଶା ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲା ଦେଇ ଓଡ଼ିଶାକୁ ପ୍ରବେଶ କରିଛି ମୌସୁମୀ। ଆଉ ମାତ୍ର ୨ ଦିନ ମଧ୍ୟରେ ମୌସୁମୀ ବାୟୁ ସାରା ଓଡ଼ିଶାକୁ ଛୁଇଁବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ପ୍ରବଳ ବର୍ଷା ନେଇ ମଧ୍ୟ ସୂଚନା ଦେଇଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୬ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସେହିପରି ୪ ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।
ଆଗାମୀ ୪ ରୁ ୫ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକା ରୁ ମାଧ୍ୟମ ଧରଣର ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ମଧ୍ୟ ରହିଛି | ମୌସୁମୀ ଅଗ୍ରସର କୁ ଲକ୍ଷ୍ୟ ରଖି ଚାଷୀ ଭାଇମାନଙ୍କୁ ଚାଷ କାର୍ଯ୍ୟ ଆରମ୍ଭ ପାଇଁ ସୂଚନା ଜାରି କରାଯାଇଛି pic.twitter.com/4BrEIME75s
— Meteorological Centre, Bhubaneswar (@mcbbsr) June 22, 2023
ସେପଟେ ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ମଧ୍ୟ ସମାନ କଥା କହିଛନ୍ତି। ସେ କହିଛନ୍ତି ଯେ କହିଛନ୍ତି, ଆସନ୍ତା ୭ ଦିନ ଯାଏ ଓଡ଼ିଶାରେ ବର୍ଷା ଲାଗି ରହିବ। ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲାକୁ ମୌସୁମୀ ଛୁଇଁଥିବା ବେଳେ ଆଗାମୀ ୨ ଦିନରେ ସାରା ରାଜ୍ୟରେ ମୌସୁମୀ ପ୍ରଭାବରେ ବର୍ଷା ହେବ।
ସେପଟେ ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ଗଜପତି, ଝାରସୁଗୁଡ଼ା, ଫୁଲବାଣୀ, ନୟାଗଡ଼, ଓ ଗଂଜାମରେ ଅନେକ ସ୍ଥାନରେ ବର୍ଷା ହୋଇଛି ବୋଲି ସୂଚନା ମିଳିଛି।
ଗଜପତି, ରାୟଗଡା, କୋରାପୁଟ, ଗଞ୍ଜାମ, ପୁରୀ ଏବଂ ଜଗତସିଂହପୁର ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ଲାଗିରହିଛି pic.twitter.com/yhod7krHJu
— Meteorological Centre, Bhubaneswar (@mcbbsr) June 23, 2023
ଆସନ୍ତା ୨୫ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ମୌସୁମୀ ବାୟୁକୁ ଆହୁରି ସକ୍ରିୟ କରିବ। ଆସନ୍ତା ୭ ଦିନ ଯାଏ ଓଡ଼ିଶାରେ ବର୍ଷା ଲାଗି ରହିବ। ତେବେ ସବୁଠାରୁ ଚିନ୍ତାର ବିଷୟ ହେଉଛି ଚାଷର କଥା। ହେଲେ ଚାଷ ପାଇଁ ମୌସୁମୀ ଅନୁକୂଳ ରହିବ ବୋଲି କହିଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
Comments are closed.