ଭୁବନେଶ୍ୱର : ଆସୁଛି ଲଘୁଚାପ । ଆଜିଠୁ ପୁଣି ବର୍ଷା ଛେଚିବ । ଆସନ୍ତାକଲି ପ୍ରବଳ ବର୍ଷିବ । ପୂଜା ମାହୋଲକୁ ଏଥର ଭିଜାଇବ ବର୍ଷା। ଆଜି ଉତ୍ତର ଓ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
?ମହାଷଷ୍ଠି ରେ ଭିଯିବ ଉତ୍ତର ଉପକୂଳ ଓଡିଶା
?ମହା ସପ୍ତମୀରେ ସମ୍ପୂର୍ଣ୍ଣ ଉପକୂଳ
?ମହା ଅଷ୍ଟମୀ ରେ ପୁରା ରାଜ୍ୟ ରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସହ, କିଛି ଜିଲ୍ଲାରେ ପ୍ରବଳ ରୁ ଅତିପ୍ରବଳ ବର୍ଷା ସମ୍ଭାବନା ପାଇଁ ଚେତାବନୀ ଜାରି #Weathercloud pic.twitter.com/YDDZdsWtJx
— Meteorological Centre, Bhubaneswar (@mcbbsr) September 30, 2022
ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଲଘୁଚାପ ରୂପ ନେବାର ସଂଭାବନା ଥିବାରୁ ଏହାର ପ୍ରଭାବରେ ୧ ଓ ୨, ୩ ଯାଏ ବର୍ଷା ଜାରି ରହିବ ।
#WeatherUpdate
?ଅଷ୍ଟମୀ ରେ ପ୍ରବଳ ରୁ ଅତିପ୍ରବଳ ବର୍ଷା !!?ଭିଜିବ ପୁରା ରାଜ୍ୟ !!
୩ ଅକ୍ଟୋବର ଅଷ୍ଟମୀ ରେ #କନ୍ଧମାଳ, #ବୌଦ୍ଧ, #ଅନୁଗୁଳ, #ଢେଙ୍କାନାଳ, #କଟକ, #ଖୋର୍ଦ୍ଧା, #ଜଗତସିଂହପୁର, ଏବଂ #ପୁରୀ ଜିଲ୍ଲାରେ ପ୍ରବଳ ରୁ #ଅତିପ୍ରବଳ ବର୍ଷା ବର୍ଷା ସମ୍ଭାବନା ପାଇଁ ଚେତାବନୀ ଜାରି #Weathercloud
— Meteorological Centre, Bhubaneswar (@mcbbsr) September 29, 2022
ମହାଷଷ୍ଠୀ, ମହାସପ୍ତମୀରେ ସମ୍ପୂର୍ଣ୍ଣ ଉପକୂଳରେ ବର୍ଷା ହେବ । ଏହାସହ ମହା ଅଷ୍ଟମୀରେ ପୁରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ପାଇଁ ଚେତାବନୀ ଜାରି ହୋଇଛି ।
Comments are closed.