Latest Odisha News

ପ୍ରଥମ ଭାରତୀୟ ଭା‌‌ବେ ୨୦୨୪ ଅଲିମ୍ପିକ୍‌ ଯୋଗ୍ୟତା ହାସଲ କଲେ ମେନ୍ଦିରତା

ନୂଆଦିଲ୍ଲୀ: ପ୍ରଥମ ଭାରତୀୟ ଭା‌‌ବେ ୨୦୨୪ ଅଲିମ୍ପିକ୍‌ ଯୋଗ୍ୟତା ହାସଲ କରିଛନ୍ତି ମେନ୍ଦିରତା । ବନ୍ଧୁକଚାଳକ ଭୋ‌ବନେଶ ମେନ୍ଦିରତା ପ୍ରଥମ ଭାରତୀୟ ଭାବେ ୨୦୨୪ ପ୍ୟାରିସ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ କରିଛନ୍ତି ।  କ୍ରୋଏସିଆ‌େର ଆୟୋଜିତ ଆଇଏସ୍‌ଏସ୍‌ଏଫ୍‌ ସଟ୍‌ଗନ ବିଶ୍ବ ପ୍ରତିଯୋଗିତାର ପୁରୁଷ ଟ୍ରାପ୍‌ ଇଭେଣ୍ଟ୍‌ରେ ସେ ଚତୁର୍ଥ ସ୍ଥାନରେ ରହି ଏହି ଟିକେଟ୍‌ ନିଶ୍ଚିତ କରିଥିଲେ।

ଏହି ପ୍ରତିଯୋଗିତାରେ ପଦକ ଜିତିବାରେ ମେନ୍ଦିରତା ବିଫଳ ହୋଇଥିଲେ। ୨୩ ବର୍ଷୀୟ ବିଶ୍ବର ଏହି ୧୪୪ ନମ୍ବର ଖେଳାଳି ଫାଇନାଲ୍‌ ପୂର୍ବରୁ ୨୫ରୁ ୨୪ ମାରି ଅଲିମ୍ପିକ୍‌ କୋଟା ନିଶ୍ଚିତ କରିଥିଲେ।

Comments are closed.