Latest Odisha News

BREAKING NEWS

ଆଜିଠୁ ଟାଣ ହେବ ଖରା; ବଢିବ ରାତିର ତାପମାତ୍ରା

ଭୁବନେଶ୍ୱର: ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଫେବୃଆରୀ ୧୫ ତାରିଖରୁ ରାଜ୍ୟରେ ଶୀତର ପ୍ରଭାବ କମ୍ ହୋଇ ଖରାର ପ୍ରଭାବ ବଡିଛି।

ରାଜ୍ୟର ଅଧିକାଂଶ ଜିଲ୍ଲାରେ ଦିନର ତାପମାତ୍ରା ପାଖାପାଖି ୩୫ଡିଗ୍ରୀ ରହିଥିବା ବେଳେ ରାତିର ସର୍ବନିମ୍ନ ତାପମାତ୍ରା ଧୀରେ ଧୀରେ ବଢ଼ିବାରେ ଲାଗିଛି । ପାରାଦୀପ, ଗୋପାଳପୁର, ଛତ୍ରପୁର, ରାୟଗଡ଼ାରେ ସର୍ବନିମ୍ନ ତାପମାତ୍ରା ବି ଇତି ମଧ୍ୟରେ ୨୦ ଡିଗ୍ରି ଉପରକୁ ଚାଲି ଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ଅ ଅନୁଯାୟୀ, ଏଥର ଦିନରେ ଟାଣ ଖରା ଏବଂ ରାତିରେ ଗରମ ଅନୁଭତ ହେବ ।

ତେବେ ରାଜ୍ୟର ୧୭ ଟି ସ୍ଥାନର ତାପମାତ୍ରା ୩୦ଡିଗ୍ରୀ ଉପରେ ରହିଥିବା ବେଳେ ୩ ସହରରେ ତାପମାତ୍ରା ୩୦ଡିଗ୍ରୀ ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ମାଲକାନଗିରିରେ ସୋମବାର ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୫.୨ ଡିଗ୍ରୀ ରେକର୍ଡ କରାଯାଇଥିଲା।

ସେହିଭଳି ପାରଳାଖେମୁଣ୍ଡିରେ ୩୫.୧ ଡିଗ୍ରୀ, ଟିଟିଲାଗଡ଼ରେ ୩୪.୨, ଭବାନୀପାଟଣାରେ ୩୩.୪, ବୌଦ୍ଧରେ ୩୨.୫, ତାଳଚେରରେ ୩୨.୪, ନୟାଗଡ଼ରେ ୩୨, ଭୁବନେଶ୍ୱରରେ ୩୧.୮, ହୀରାକୁଦ ଓ ଝାରସୁଗୁଡ଼ାରେ ୩୧.୬, ବଲାଙ୍ଗୀର ଓ ସମ୍ବଲପୁରରେ ୩୧.୫, ଚାନ୍ଦବାଲିରେ ୩୧.୪, ସୋନପୁର ଓ ଗୋପାଳପୁରରେ ୩୧.୨, ବାଲେଶ୍ୱରରେ ୩୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ବାରିପଦା, କେନ୍ଦୁଝର, ଛତ୍ରପୁରରେ ତାପମାତ୍ରା ୩୦ଡିଗ୍ରୀ ରହିଛି ।

ମଙ୍ଗଳବାରଠାରୁ ଦିନର ତାପମାତ୍ରା ଆହୁରି ବଢ଼ିବ ।

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଖୋର୍ଧା, ପୁରୀ, ଜଗତ୍‌ସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, କନ୍ଧମାଳ, ଅନୁଗୁଳ, ନୟାଗଡ଼ ଓ ଗଞ୍ଜାମ ଆଦି ଜିଲ୍ଲାରେ ଘନ କୁହୁଡ଼ିର ପ୍ରଭାବ ଜାରି ରହିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହାର ଓରଭାବରେ ୨୦୦ ମିଟରରୁ ଅଧିକ ରାସ୍ତା ଦୃଶ୍ୟମାନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

Leave A Reply

Your email address will not be published.