Latest Odisha News

BREAKING NEWS

ରାଜ୍ୟରେ ୩ ଜିଲ୍ଲାକୁ ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ରାଜ୍ୟରେ ୩ ଜିଲ୍ଲା ଢେଙ୍କାନାଳ, କଟକ ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ହେଇପାରେ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟାସାରା କୋହଲାପାଗ ରହୁଥିବା ବେଳେ ସେତେଟା ବର୍ଷା ଦେଖାଯାଇ ନାହିଁ। ତେବେ ଶନିବାର ଢେଙ୍କାନାଳ, କଟକ, ଜଗତସିଂହପୁର, ନୟାଗଡ଼, କେନ୍ଦୁଝର, ଯାଜପୁର, ଅନୁଗୁଳ ଖୋର୍ଦ୍ଧା ଓ ପୁରୀ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।

ଏହି ସମୟରେ ଉକ୍ତ ଜିଲ୍ଲାମାନଙ୍କରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିବ। କିଛି ସ୍ଥାନରେ କୁଆପଥର ବର୍ଷା ବି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।  ଏଣୁ ଏହି ସବୁ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ‌

ସେହିପରି ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଗଞ୍ଜାମ, ଗଜପତି, ଦେବଗଡ଼, ସୁନ୍ଦରଗଡ଼, ବୌଦ୍ଧ, କନ୍ଧମାଳ, ‌କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଆଦି ଜିଲ୍ଲାଗୁଡ଼ିକରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି।

ତେବେ ରାଜ୍ୟରେ ୨୦ ତାରିଖ ଯାଏ ବର୍ଷା ସମ୍ଭାବନା ରହିଥିବା ବେଳେ ପାଗ କୋହଲା ରହିବ। ତେବେ ୧୯ ତାରିଖ ଦିନ ବର୍ଷାପାଗ କମିବ। କୋହଲା ପାଗ ଯୋଗୁ ଏବେ ରାଜ୍ୟର ତାପମାତାରେ ହ୍ରାସ ପାଇଛି। ଦିନବେଳା ତାପମାତ୍ରା ଏବେ ୩୪ ଡିଗ୍ରି ଭିତରେ ରହୁଥିବା ଦେଖାଯାଉଛି।

Comments are closed.