Latest Odisha News

ଆଉ ୨ ଦିନ କାଳବୈଶାଖୀ ବର୍ଷା; ୧୧ରୁ କମିବ

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ପବନ ଜାରି ରହିଛି।  ଆଉ ୨ ଦିନ ଏହାର ପ୍ରଭାବ ରହିବ। ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ଏହିଭଳି ବର୍ଷା ଓ ପବନ ହେବ। ତେବେ ୧୧ ତାରିଖରୁ ରାଜ୍ୟରେ କାଳ‌ବୈଶାଖୀର ପ୍ରଭାବ କମିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ଏହି ସୂଚନା ମିଳିଛି।

କାଳ‌ବୈଶାଖୀ ପ୍ରଭାବରେ ଗତକାଲି ବାଲେଶ୍ୱର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, ବୌଦ୍ଧ ଓ କଳାହାଣ୍ଡି ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଦୁଇ ଦିନ ତଳେ  ଭୁବନେଶ୍ୱର ଓ କଟକରେ ମଧ୍ୟ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା।

ପାଣିପାଗ ବିଭାଗର ସୂଚନା ଅନୁସାରେ, କାଳବୈଶାଖୀ ପ୍ରଭାବରେ ଆସନ୍ତା ୩ ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ହେବାର ସମ୍ଭାବନା ନାହିଁ। ମାତ୍ର ୨ରୁ ୩ ଡିଗ୍ରି ଯାଏ ତାପମାତ୍ରା ବୃଦ୍ଧି ପାଇପାରେ। ହେଲେ ଏହାପରଠାରୁ ତାପମାତ୍ରାର ବୃଦ୍ଧିପାଇବ। ପଣାସଂକ୍ରାନ୍ତି ସୁଦ୍ଧା ରାଜ୍ୟର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।

ଅନ୍ୟପଟେ ବର୍ତ୍ତମାନ ଯଡିଓ ଓଡ଼ିଶାରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ପ୍ରଭାବ ନାହିଁ ତେବେ ଛତିଶଗଡ଼ ଓ ଏହାର ଆଖାପାଖ ଅଞ୍ଚଳରେ ରହୁଥିବା ଝଡ଼ ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ କାଳବୈଶାଖୀଜନିତ ବର୍ଷା ହେଇପାରେ।

ଆଜି ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେଇପାରେ।

ସେହିପରି ୧୦ ତାରିଖରେ କୋରାପୁଟ, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ରାୟଗଡ଼ା, ଗଜପତି, ନବରଙ୍ଗପୁର, କେନ୍ଦୁଝର ଓ ମୟୂରଭଞ୍ଜ ଓ ଆଦି ଜିଲ୍ଲାରେ ବିଜୁଳି  ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।

ଏହାପରେ ୧୧ ତାରିଖରୁ କାଳବୈଶାଖୀର ପ୍ରଭାବ କମିବା ସହିତ ରାଜ୍ୟର ପାଗ ଶୁଖିଲା ରହିବ। ଟାଣ ଖରା ସହ ଗୁଳଗୁଳି ଆରମ୍ଭ ହେବ।  ଆଜି ରାଜଧାନୀ ଭୁବନେଶ୍ୱରରେ ପାଗ ଆଂଶିକ ମେଘୁଆ ରହିବା ସହ ଦିନରେ ସର୍ବାଧିକ ଦିନ ତାପମାତ୍ରା ୩୮ ଡିଗ୍ରି ଓ ରାତିରେ ସର୍ବନିମ୍ନ ୨୫ ଡିଗ୍ରି ରହିବ।

Comments are closed.