Latest Odisha News

BREAKING NEWS

ଘରୋଇ ଛାତରୁ ହଟିବ ହୋର୍ଡିଂ, ଆଦାୟ ହେବ ଫାଇନ: ଠିକା ସଂସ୍ଥାକୁ ଦାୟତ୍ୱ ଦେଲା ବିଏମସି

ଭୁବନେଶ୍ବର: ରାଜଧାନୀର ଘରୋଇ ଛାତ ଉପରୁ ହଟିବ ହୋର୍ଡିଂ । ହୋର୍ଡିଂ ସହ ଲୁହା ଫ୍ରେମକୁ ବି ଉଠାଇନେବ ବିଏମସି । ମାସେ ମଧ୍ୟରେ ସବୁ ହୋର୍ଡିଂକୁ ହଟାଇବା ପାଇଁ ଟାର୍ଗେଟ ରଖିଛି ବିଏମସି । ଯୁଦ୍ଧକାଳୀନ ଭିତ୍ତରେ ଏସବୁ କାମ କରାଯିବ । ଏଥିପାଇଁ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି ।

ସହର ଭିତରେ ଏସବୁ ବଡ ବଡ ହୋର୍ଡିଂ ବିପଦସଙ୍କୁଳ ଅବସ୍ଥାରେ ଲାଗିଛି । ଘରୋଇ କୋଠାଗୁଡିକରେ ବିରାଟ ବିରାଟ ହୋର୍ଡିଂ ଲାଗିଛି । ଏସବୁ  ଘର ବିପଦମୁକ୍ତ କି ନୁହେଁ ତାହାର ଯାଞ୍ଚ କରା ନ ଯାଇ ଏହି ହୋର୍ଡିଂ ଲଗାଯାଇଛି । ଏହି ବେଆଇନ ହୋର୍ଡିଂ ଯୋଗୁ ଘର ମାଲିକ ଏବଂ କମ୍ପାନୀ ସିନା ଲାଭବାନ ହେଉଛନ୍ତି କିନ୍ତୁ ବିଏମସିକୁ ଟଙ୍କାଟିଏ ବି  ରାଜସ୍ୱ ମିଳୁନି । । କିଛି ନିର୍ଦ୍ଦିଷ୍ଟ ଅଫିସର ବା କର୍ମଚାରୀ ମୋଟା ଅଙ୍କର ହାତଗୁଞ୍ଜା ନେଇ ନିରବ ରହୁଥିବାରୁ ବିଏମ୍‌ସି କୋଟି କୋଟି ଟଙ୍କା ରାଜସ୍ବ ହାନି ହେଉଥିବା ଅଭିଯୋଗ ହୋଇ ଆସୁଛି।  ଅନ୍ୟପକ୍ଷେ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି  ।

ଗତବର୍ଷ ସେପ୍ଟେମ୍ବର ମାସରେ ଏ ନେଇ ବିଏମସି ପକ୍ଷରୁ ଏକ ନୋଟିସ ଜାରି କରାଯାଇ ହୋର୍ଡିଂ ସହ ଲୁହା ଫ୍ରେମକୁ ଏକ ମାସ ମଧ୍ୟରେ ହଟାଇବା ପାଇଁ ଉଭୟ ଘରୋଇ ସଂସ୍ଥା ଓ ଘର ମାଲିକଙ୍କୁ  ଚେତାବନୀ ଦିଆଯାଇଥିଲା । ହେଲେ ନୋଟିସ ଦିଆଯିବା ପରେ ବିଏମସି ଚୁପ ରହିଥିଲା । ହେଲେ ଏବେ ପୁଣି ବିଏମସିର ନିଦ ଭାଙ୍ଗିଛି । ଏସବୁ ବେଆଇନ ହୋର୍ଡିଂ ଓ ଲୁହାଫ୍ରେମ ହଟାଇବା ପାଇଁ ଠିକାସଂସ୍ଥା ନିଯୁ୍କ୍ତ କରିଛି ବିଏମସି । ବିପଦସଙ୍କୁଳ ଅବସ୍ଥାରେ ଥିବା ହୋର୍ଡିଂକୁ ଆଗ ଚିହ୍ନଟ କରାଯିବ । ପ୍ରାଥମିକତା ଭିତ୍ତିରେ ସେସବୁକୁ ପ୍ରଥମେ ହଟାଯିବ । ପରେ ଜରିମାନା ଧାର୍ଯ୍ୟ କରାଯିବ  ।

ସେତିକି ନୁହେଁ, ଆର୍ଡଭର୍ଟାଇଜିଂ ଏଜେନ୍ସି ସଂସ୍ଥା ବିଏମସିରେ ପଞ୍ଜୀକୃତ ହେବେ । ଯେଉଁଠି ବିପଦ ନାହିଁ ବା ସହରର ସୌନ୍ଦର୍ଯ୍ୟ ନଷ୍ଟ ହେବନି ସେଠାରେ ବିଏମସି ସ୍ୱୀକୃତି ଦେବା ପରେ ଯାଇ କମ୍ପାନୀ ହୋର୍ଡିଂ ଲଗାଇବ । ଫଳରେ ବିଏମସି ଏଥିରୁ ରାଜସ୍ୱ ଆଦାୟ କରିପାରିବ ।

ଏ ନେଇ ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ‘ଛାତ ଉପରେ ବିପଜ୍ଜନକ ଭାବରେ ହୋର୍ଡିଂ ଲଗାଯାଇଛି। ଭୁବନେଶ୍ବର ଏକ ବାତ୍ୟାପ୍ରବଣ ଅଞ୍ଚଳ। ଏଣୁ ଯେକୌଣସି ମୁହୂର୍ତ୍ତରେ ଏହା ଭୁଶୁଡ଼ି ପଡ଼ି ଜୀବନ ପ୍ରତି ବିପଦ ହେବା ଆଶଙ୍କା ରହିଛି। ତେଣୁ ସେ ସବୁକୁ ହଟାଇବା ପାଇଁ ଆମେ ନୋଟିସ୍‌ କରିଥିଲୁ। ଏବେ କାର୍ଯ୍ୟାନୁଷ୍ଠାନ ହେବ। ’

 

Leave A Reply

Your email address will not be published.