Latest Odisha News

BREAKING NEWS

ନିଜ ଭାଷାରେ ମିଳିବ ପାଣିପାଗ ଖବର: PMS ଆପ୍ ଲୋକାର୍ପିତ କଲେ ଉପ-ରାଷ୍ଟ୍ରପତି 

ଭୁବନେଶ୍ୱର: ଏଣିକି ପ୍ରତି ପଞ୍ଚାୟତରେ ପାଣିପାଗର ତଥ୍ୟ ପହଞ୍ଚିବ । ଆଇଏମଡିର ମୋବାଇଲ ଆପ ଜରିଆରେ ଏହି ତଥ୍ୟ ପହଞ୍ଚାଯିବାର ବ୍ୟବସ୍ଥା କରାଯାଇଛି । ନିଜ ନିଜ ଭାଷାରେ ଚାଷୀ ଓ ସାଧାରଣ ଲୋକ ପାଇପାରିବେ ପାଣିପାଗ ଖବର । ଏନେଇ ପଞ୍ଚାୟତ ମୌସମ ସେବା ‘PMS’ ଆପର ଶୁଭାରମ୍ଭ କରିଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନକଡ । ଭାରତୀୟ ପାଣିପାଗ ବିଭାଗର ୧୫୦ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ଆପ୍ ଉଦଘାଟନ କରାଯାଇଛି ।

ଏହି ସେବା ଓଡ଼ିଆ ସମେତ ୧୨ ଟି ଭାରତୀୟ ଭାଷାରେ ଉପଲବ୍ଧ ହେବ । ଆପ ଜରିଆରେ ତାପମାତ୍ରା, ଆର୍ଦ୍ରତା ଏବଂ ପବନର ଗତି ସମ୍ପର୍କରେ ପ୍ରାକ୍ ସୂଚନା ପାଇ ପାରିବେ ଚାଷୀ । କ୍ଷୁଦ୍ର ଚାଷୀ ମାନଙ୍କ ପାଇଁ ଏହି ସେବା ଫଳପ୍ରଦ ହେବ ବୋଲି କହିଛନ୍ତି IMD ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର ।

ଆଜି ଭାରତୀୟ ପାଣିପାଗ ବିଭାଗକୁ ୧୫୦ ବର୍ଷ ପୂରିଛି । ୧୮୭୫ ମସିହା ଜାନୁଆରୀ ୧୫ ତାରିଖରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ପାଣିପାଗ ବିଭାଗ । ଏହି ୧୫୦ ବର୍ଷ ଭିତରେ ବିଭିନ୍ନ ସମୟରେ ପାଣିପାଗର ପ୍ରାକ୍ ସୂଚନା ଦେଇ ଚାଲିଛି ଆଇଏମଡି। ଓଡ଼ିଶା ଏକ ବାତ୍ୟା ପ୍ରବଣ ରାଜ୍ୟ । ନିକଟରେ ଫନି, ହୁଡହୁଡ୍, ଫାଇଲିନ୍ ପରି ବାତ୍ୟା ଦେଖିଛି ଓଡ଼ିଶା । ହେଲେ ପାଣିପାଗ ବିଭାଗର ସଠିକ୍ ଆଗୁଆ ଆକଳନ ପାଇଁ ଏପରି ପ୍ରଳୟଙ୍କାରୀ ବାତ୍ୟାର ମୁକାବିଲା କରାଯାଇପାରିଛି । ଅନେକ ଧନ ଜୀବନ ରକ୍ଷା କରାଯାଇପାରିଛି ।

ଦେଢଶହ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ପାଣିପାଗ ଖବର ଦେଉଛି ବିଭାଗ । ସମୟ ଗଡିବା ସହ ଉନ୍ନତମାନର ଟେକ୍ନୋଲୋଜି ବ୍ୟବହାର ହେଉଛି । କୋଲ୍ଡୋଓ୍ବେଭ୍ ଏବଂ ହିଟଓ୍ବେଭରେ ୮୮ ପ୍ରତିଶତ ଆକଳନ ସତ ହେଉଛି । ବଜ୍ରପାତରେ ୮୬ ପ୍ରତିଶତ ଆକଳନ ସତ ହେଉଥିବା ବେଳେ ନାଓକାଷ୍ଟରେ ୮୦ ପ୍ରତିଶତ ସଫଳତା ମିଳୁଛି । ବାତ୍ୟା ଲ୍ୟାଣ୍ଡଫଲ ରେ ୧୦୦ ପ୍ରତିଶତ ଆକଳନ କରାଯାଇପାରୁଥିବା ବିଭାଗ ପକ୍ଷରୁ କୁହାଯାଇଛି ।

 

 

Leave A Reply

Your email address will not be published.