Latest Odisha News

Weather Update: ରାଜ୍ୟରେ ଶୀତ ଗାଏବ, ବଢୁଛି ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ରାତ୍ରିକାଳୀନ ତାପମାତ୍ରାରେ ବୃଦ୍ଧି। ଶୀତ ଗାଏବ। ସକାଳ ୫.୩୦ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ସର୍ବନିମ୍ନ ୧୩.୪ ଡିଗ୍ରୀ। ରାଜଧାନୀ ଭୁବନେଶ୍ୱରରେ ୧୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। କହିବାକୁ ଗଲେ ରାଜ୍ୟରେ ଏବେ ଋତୁ ବଦଳୁଛି। ରାତିରେ ଶୀତ କମିଥିବାବେଳେ ଦିନରେ ଖରାତାତି ବଢ଼ୁଛି

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ପାରଦ ଏବେ ଉପରମୁହାଁ ହୋଇଛି । ତାପମାତ୍ରା ବୃଦ୍ଧି ପାଇବା ସହ ଶୀତ କମିଛି । ସେହିପରି ଆଗାମୀ ୫ଦିନ ଅର୍ଥାତ୍‌ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖାଦେବା ନେଇ ଆକଳନ କରାଯାଇଛି ।

ତେବେ ଭୋର୍‌ ସମୟରେ ଶୀତ ଲହରି ଜାରି ରହିଥିଲେ ମଧ୍ୟ ଦିନସାରା ବସନ୍ତ ଋତୁର ପବନ ନିଆରା ଅନୁଭବ ଦେଉଛି। ଅନ୍ୟପଟେ କେନ୍ଦୁଝରରେ ତାପମାତ୍ରା ୧୩.୪ ଡିଗ୍ରୀ ରହିଛି। ବାଲେଶ୍ବରରେ ୧୫ ଡିଗ୍ରୀ, ପାରାଦୀପରେ ୧୫ ଡିଗ୍ରୀ, ଚାନ୍ଦବାଲିରେ ୧୫.୨ ଡିଗ୍ରୀ , ଗୋପାଳପୁରରେ ୧୬.୮ ଓ ପୁରୀରେ ୧୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Comments are closed.