Latest Odisha News

BREAKING NEWS

Weather Update: ଆସୁଛି ବଡ଼ ବର୍ଷା: ଏହି ସବୁ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: ଆସୁଛି ବଡ଼ ବର୍ଷା। ଆନ୍ଧ୍ର ଉପକୂଳ ଏବଂ ୟାନମ ଉପରେ ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୭ ଦିନ ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା। ବିଜୁଳି ଘଡଘଡି ସହିତ ବର୍ଷା ନେଇ ପାଣିପାଗ ବିଭାଗ କରିଛି ପୂର୍ବାନୁମାନ। ଏନେଇ ଆଜି ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ହୋଇପାରେ । ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ପାଇଁ ଏହି ଆଶଙ୍କା ଅଛି । ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇପାରେ।

୨୧ ତାରିଖ (ଶନିବାର) ମଧ୍ୟ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଝଡ଼ବର୍ଷା ଆଶଙ୍କା ଅଛି । ପାଣିପାଗ ବିଭାଗ ଏଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୨୦ ତାରିଖ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ୬ ଜିଲ୍ଲାରେ ଘଡ଼ଘଡ଼ି ଓ କୁଆପଥର ବର୍ଷା ସହିତ ୫୦ରୁ ୬୦ କିମି ବେଗରେ ପବନ ବହିପାରେ । ସେହିଭଳି ଉତ୍ତର ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏ ସବୁ ସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ଅଛି ।

୨୧ରେ ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୨୫ ତାରିଖ ଯାଏ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । କାଳବୈଶାଖୀ ପ୍ରଭାବରେ ଅଚାନକ ଘଡ଼ଘଡ଼ି ଓ ବର୍ଷା ଆଶଙ୍କା ଥିବାରୁ ଲୋକେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛ । ଗୁରୁବାର ଝାରସୁଗୁଡ଼ାରେ ଦିନ ତାପମାତ୍ରା ସର୍ବାଧିକ ୩୬.୮ ଡିଗ୍ରୀ ଥିଲା । ତାଳଚେରରେ ୩୬.୫, ବୌଦ୍ଧରେ ୩୫.୭, ଭଦ୍ରକ ଓ ହୀରାକୁଦରେ ୩୫.୫, ସୁନ୍ଦରଗଡ଼ରେ ତାପମାତ୍ରା ୩୫.୨ ଡିଗ୍ରୀ ଥିଲା।

Leave A Reply

Your email address will not be published.