Latest Odisha News

BREAKING NEWS

Weather Update: ରାଜ୍ୟରେ ବଢୁଛି ପାରଦ, କମୁଛି ଶୀତ: ୨ରୁ ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା

ଭୁବନେଶ୍ୱର: ପୁଣି ଫେରିଲା ଘନ କୁହୁଡ଼ି । କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟକୁ ଫେରିଲା ଘନ କୁହୁଡି । କିନ୍ତୁ ଆସନ୍ତା ୨୭ ତାରିଖରୁ ରାଜ୍ୟରେ ଶୀତ କମିପାରେ। ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିବା ସହ ଶୀତ କମିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। କିନ୍ତୁ ଆସନ୍ତା ଦୁଇ ସପ୍ତାହ (୨୨ରୁ ୨୮ ତାରିଖ) ଓ (୨୯ରୁ ୪ ତାରିଖ) ଯାଏ ରାତି ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୪ରୁ ୫ ଡିଗ୍ରୀ କମ୍ ରହିପାରେ ବୋଲି ପାଣିପାଗ ବିଭାଗର ବିସ୍ତାରିତ ଆକଳନରେ କୁହାଯାଇଛି ।

ଶନିବାର ଫୁଲବାଣୀରେ ରାତି ତାପମାତ୍ରା ୮ ଡିଗ୍ରୀ ରହିବ। ଅନୁଗୁଳରେ ୧୦, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼ ଓ ବଲାଙ୍ଗୀରରେ ୧୧, ବରଗଡ଼, ନୂଆପଡ଼ା ଓ ମାଲକାନଗିରିରେ ରାତି ତାପମାତ୍ରା ୧୨ ଡିଗ୍ରୀ ରହିପାରେ । ୨୭ ତାରିଖରେ ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀରୁ ଅଧିକ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଜି ଉଦୟଗିରି ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଥିଲା । ଏଠାରେ ପାରଦ ୫ ଡିଗ୍ରୀ ଥିଲା ।

ଅନ୍ୟପଟେ ଭୁବନେଶ୍ବର କଟକ ସମେତ ପୁରୀ ଓ କୋଣାର୍କରେ ଆଜି ସକାଳୁ ସକାଳୁ ପ୍ରବଳ କୁହୁଡି ହୋଇଛି । ଘନ କୁହୁଡି ଯୋଗୁ ରସ୍ତାଘାଟ ଦେଖାଯାଉନି । ଲାଇଟ୍ ମାରି ଯିବା ଆସିବା କରୁଛନ୍ତି ଲୋକ । ମାତ୍ରାଧିକ କୁହୁଡି ଯୋଗୁ ଢାଙ୍କି ହୋଇଯାଇଛି ବ୍ଲାକ ପାଗୋଡା ।

Leave A Reply

Your email address will not be published.