Latest Odisha News

BREAKING NEWS

ଫୁଲୁଛି ବୈତରଣୀ: ଲଗାଣ ବର୍ଷା ପାଇଁ ୫ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଲଗାଣ ବର୍ଷାରେ ଭିଜୁଛି ସାରା ଓଡିଶା । ଲଗାଣ ବର୍ଷା ଯୋଗୁଁ ବେହାଲ ସାରା ରାଜ୍ୟ । ଲଗାତାର ବର୍ଷା ଯୋଗୁଁ ଅଧିକାଂଶ ଧାନ ଚାଷଜମିରେ ପାଣି ଜମି ରହିଥିବା ବେ​ଳେ ବୈତରଣୀ ନଦୀ ମଧ୍ୟ ଫୁଲିବା ଆରମ୍ଭ କରିଥିବା ସୂଚନା ମିଳିଛି । ଜଳସ୍ତର ବିପଦ ସଙ୍କେତ ପାଖାପାଖି ପ୍ରଭାବିତ ହେଉଛି। ଅନ୍ୟପଟେ । ଇନ୍ଦ୍ରାବତୀ ନଦୀରେ ମଧ୍ୟ ଜଳସ୍ତର ବଢିଛି। ମାତ୍ର ବଡ଼ ବନ୍ୟା ସମ୍ଭାବନା ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୩ ତାରିଖରେ ବଙ୍ଗୋପସାଗରର ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି। ଏହାର ପ୍ରଭାବ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ରହିବ।

ତେବେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ସୁନ୍ଦରଗଡ଼ ଓ ଦେବଗଡ ଜିଲ୍ଲାକୁ ରେଡ଼ ୱାର୍ନିଙ୍ଗ ଜାରି ହୋଇଛି । ଅନ୍ୟପଟେ ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ଝାରସୁଗୁଡା, ସମ୍ବଲପୁର, କେନ୍ଦୁଝର ଏବଂ ମୟୂରଭଂଜରେ ବି ଭୀଷଣ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।

Leave A Reply

Your email address will not be published.