Latest Odisha News

ଦକ୍ଷିଣ ଓଡିଶାର ଅନେକ ସ୍ଥାନରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏହା ଧୀରେ ଧୀରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଯାହାର ପ୍ରଭାବରେ ଦକ୍ଷିଣ ଓଡିଶାର ଅନେକ ସ୍ଥାନରେ ବର୍ଷା ଆଶଙ୍କା ରହିଛି। ତେବେ ୧୫ ତାରିଖ ପରଠାରୁ ରାଜ୍ୟରେ ବର୍ଷାର ପରିମାଣ କମିବ ବୋଲି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଏହି ଲଘୁଚାପକୁ ଦୃଷ୍ଟିରେ ରଖି ଦକ୍ଷିଣ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତନ୍ମଧ୍ୟରେ ରହିଛି- କୋରାପୁଟ, ମାଲକାନଗିରି, ରାୟଗଡା, କଳାହାଣ୍ଡି, ଗଜପତି ଏବଂ ନବରଙ୍ଗପୁର ଆଦି ଜିଲ୍ଲା।

ଏହା ଛଡ଼ା ଓଡ଼ିଶା ଉପକୂଳର ମତ୍ସ୍ୟଜୀବୀଙ୍କ ପାଇଁ ପାଣିପାଗ ବିଭାଗ ପକ୍ଷରୁ ୧୩ ତାରିଖ ଠାରୁ ଆସନ୍ତା ୦୫ ଦିନ ପାଇଁ ସତର୍କ ସୂଚନା ଜାରି କରାଯାଇଛି।

Comments are closed.