Latest Odisha News

KBCରେ ୫ କୋଟି ଜିତି ପଶ୍ଟାତାପ କରୁଛନ୍ତି ସୁଶୀଲ କୁମାର !

ବିହାର: କୌନ ବନେଗା କରୋଡପତି ଭଳି ସୁପରହିଟ୍ କୁଇଜ୍ ସୋ’ରେ ଚହଳ ଖେଳାଇଥିଲେ ସୁଶୀଲ କୁମାର । ୫କୋଟି ଭଳି ମୋଟା ଅଙ୍କର ଅର୍ଥରାଶି ଜିତି ସେ ଆଜି ପର୍ଯ୍ୟନ୍ତ କେବିସିରେ ରେକର୍ଡଧାରୀଙ୍କ ତାଲିକାରେ ଆଗୁଆ ରହିଛନ୍ତି । ହେଲେ ଏବେ ସେ ପଶ୍ଚାତାପ କରୁଥିବା ନେଇ ଖୋଦ ନିଜେ ପ୍ରକାଶ କରିଛନ୍ତି ।

ଫେସ୍‌ବୁକ୍‌ରେ ସେ ସ୍ୱୀକାର କରିଛନ୍ତି ଯେ, ୫କୋଟି ଅର୍ଥରାଶି ହାସଲ କରିବା ପରେ ସେ ସିଗାରେଟ୍ ଓ ମଦ ଭଳି ବଦଭ୍ୟାସରେ ବୁଡି ରହିଥିଲେ । ତା ଛଡା କିଛି ଭୁଲ ନିଷ୍ପତ୍ତି ଓ ଠକାମୀରେ ପଡି ନିଜ ସାଂସାରିକ ଜୀବନକୁ ବି ଧ୍ୱସ୍ତବିଧ୍ୱସ୍ତ କରିଥିଲେ ।

୨୦୧୫-୧୬ କୁ ସୁଶୀଲ ନିଜର ଅଶୁଭ ସମୟ ରୂପେ ବିବେଚନା କରିଛନ୍ତି । ସୋ’ରେ ଜିତିବା ପରେ ତାଙ୍କୁ ଅନେକ ଫଙ୍କସନରେ ନିମନ୍ତ୍ରିତ କରାଯାଇଥିଲା । ଯାହା ତାଙ୍କ ଶିକ୍ଷାନୁଷ୍ଠାନରେ ବ୍ୟାଘାତ ସୃଷ୍ଟି କରିଥିଲା । ବ୍ୟକ୍ତିଗତ ମାମଲା ତଥା ତାଙ୍କ ଇନଭେଷ୍ଟମେଣ୍ଟକୁ ନେଇ ଗଣମାଧ୍ୟମ ମଧ୍ୟ ତାଙ୍କ ଉପରେ ଲଗାତାର ନଜର ରଖିଥିଲା ।

ଏପରିକି ସେ ବିଭିନ୍ନ କାରଣରୁ ପ୍ରତି ମାସରେ ୫୦ହଜାର ଲେଖାଏ ଟଙ୍କା ଦେଇ ପରୋପକାରୀ ସାଜିଥିଲେ । ହେଲେ ପରବର୍ତ୍ତୀ ସମୟରେ ସେ ଠକିଯାଇଥିବା ଜାଣିପାରିଥିଲେ । ଏପରିକି ପରିସ୍ଥିତି ଏମିତି ବି ହୋଇଥିଲା ଯେ, ସେ ନିଜ ସ୍ତ୍ରୀକୁ ଛାଡପତ୍ର ଦେବାକୁ ମନସ୍ତ କରିଥିଲେ ।

ଟଙ୍କା ଜିତିବା ପରେ ସେ କିଛି ଭଲ ଲୋକଙ୍କ ସଂସ୍ପର୍ଷରେ ବି ଆସିଥିଲେ । ହେଲେ ସେମାନଙ୍କୁ ଦେଖା କରିବା ଆଳରେ ବି ମଦ ଓ ସିଗାରେଟ୍‌ର ସୁଅ ଛୁଟୁଥିଲା । ଦିନରାତି ଲାପ୍‌ଟପ୍‌ରେ ଫିଲ୍ମ ଦେଖି ସେ ଫିଲ୍ମମେକର ହେବାକୁ ବି ଚିନ୍ତା କରିଥିଲେ । ହେଲେ ମୁମ୍ବାଇ ପହଂଚିବା ପରେ ଅନେକ ଲୋକ ତାଙ୍କୁ ଟିଭି ଇଣ୍ଡଷ୍ଟ୍ରୀରେ କାମ କରିବାକୁ ଉପଦେଶ ଦେଇଥିଲେ ।

ଏକ ଫିଲ୍ମର ସ୍କ୍ରିପ୍ଟ ଲେଖି ସେ ୨୦ହଜାର ଟଙ୍କା ବି ଆୟ କରିଥିଲେ । ଫିଲ୍ମମେକର ହେବା ଚକ୍କରରେ ସେ ଦିନରାତି ଫିଲ୍ମ ଦେଖିବା ସହ ଅନର୍ଗଳ ସିଗାରେଟ୍ ଟାଣିବାରେ ଅଭ୍ୟସ୍ତ ହୋଇପଡିଥିଲେ । ହେଲେ ଏବେ ସମୟକୁ ସୁଶୀଲ ବୁଝିପାରିଛନ୍ତି । ସବୁ ଟଙ୍କା ହାତରେ ପଳାଇଯାଇଛି । ଏବେ କୋଟିପତି ସ୍ରୁଶୀଲ ସେହି ପୁରୁଣା ସାଧାରଣ ସୁଶୀଲ ପାଲଟିଛନ୍ତି ।

Leave A Reply

Your email address will not be published.