Latest Odisha News

ଘନଉଛି ଆଉ ଏକ ଲଘୁଚାପ; ଆସନ୍ତା ୧ ରୁ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଏହାର ପ୍ରଭାବରେ ନଭେମ୍ବର ୧ ତାରିଖରୁ ଉତ୍ତର ଓଡ଼ିଶାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି।

ଏହାସହ ଉପକୂଳ ଓଡ଼ିଶାରେ ୩ ତାରିଖ ଦିନ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଦକ୍ଷିଣ ବଙ୍ଗୋପସାଗରରୁ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ବିସ୍ତୀର୍ଣ୍ଣ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ।

ନଭେମ୍ବର ୧ ତାରିଖରେ ଏହା ଉତ୍ତର ବଙ୍ଗୋପସାଗରରେ କିଛି ମାତ୍ରାରେ ସଂଗଠିତ ହୋଇ ପଶ୍ଚିମବଙ୍ଗ/ବାଂଲାଦେଶକୁ ଗତି କରିବାର ସମ୍ଭାବନା ରହିଛି ।

ନଭେମ୍ବର ୨ ତାରିଖରେ ପୁଣି ଏହା ବଙ୍ଗୋପସାରର ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ଏକ ବିସ୍ତୀର୍ଣ୍ଣ ଲଘୁଚାପ ବଳୟ ରହିବା ସହ ୩ ତାରିଖରେ ଭୁବନେଶ୍ୱର ସମେତ ଉପକୂଳ କମ୍ ବୃଷ୍ଟିପାତ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି।

କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଦେଇଥିବା ସୂଚନାନୁଯାୟୀ, ଏହାର ପ୍ରଭାବରେ ସମୁଦ୍ରତଟ ଅଞ୍ଚଳରେ ପାଗ ମେଘୁଆ ରହିବା ସହିତ ହାଲୁକା ବର୍ଷାର ସମ୍ଭାବନା ରହିଛି।

ଏହାସହ ଉପକୂଳ ଓଡ଼ିଶାରେ ୩ ତାରିଖ ଦିନ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ବର୍ଷା କାରଣରୁ ୪ ତାରିଖରୁ ପୁଣି ସର୍ବନିମ୍ନ ତାପମାତ୍ରା କମିବା ସହ ଶୀତ ବଢିବା ନେଇ ଆକଳନ କରିଛନ୍ତି ପ୍ରଫେସର ପଶୁପାଳକ।

ଦକ୍ଷିଣ ବଙ୍ଗୋପସାଗରରୁ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ବିସ୍ତୀର୍ଣ୍ଣ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ।

ନଭେମ୍ବର ୧ ତାରିଖରେ ଏହା ଉତ୍ତର ବଙ୍ଗୋପସାଗରରେ କିଛି ମାତ୍ରାରେ ସଂଗଠିତ ହୋଇ ପଶ୍ଚିମବଙ୍ଗ/ବାଂଲାଦେଶକୁ ଗତି କରିବାର ସମ୍ଭାବନା ରହିଛି ।

ନଭେମ୍ବର ୨ ତାରିଖରେ ପୁଣି ଏହା ବଙ୍ଗୋପସାଗରର ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ଏକ ବିସ୍ତୀର୍ଣ୍ଣ ଲଘୁଚାପ ବଳୟ ରହିବ। ସେହିପରି ୩ ତାରିଖରେ ଭୁବନେଶ୍ୱର ସମେତ ଉପକୂଳ ଜିଲ୍ଲାଗୁଡିକରେ ସ୍ୱଳ୍ପ ବର୍ଷାର ସମ୍ଭାବନା ରହିଥିବା ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ଦେଇଥିବା ସୂଚନାନୁଯାୟୀ, ଏହି ସମୟରେ ରାଜ୍ୟର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ଂ ସେଲସିୟସ୍‌ ପର୍ଯ୍ୟନ୍ତ କମିଯିବ ଓ ଦୁଇରୁ ତିନିଦିନ ପରେ ପୁଣି ତାପମାତ୍ରାରେ ବୃଦ୍ଧି ଘଟିବ ।

Leave A Reply

Your email address will not be published.