Latest Odisha News

BREAKING NEWS

ମାତ୍ର ୮୬ ଟଙ୍କା ମୂଲ୍ୟରେ ମିଳୁଥିବା ଘର

ନୂଆଦିଲ୍ଲୀ: ଲୋକମାନେ ଘର କିଣିବା ପାଇଁ ନିଜ ଜୀବନରେ ଉପାର୍ଜିତ କରିଥିବା ଟଙ୍କାକୁ ଖର୍ଚ୍ଚ କରନ୍ତି। କିନ୍ତୁ ଇଟାଲୀରେ ଏମିତି ଏକ ସହର ଅଛି ଯେଉଁଠାରେ ମାତ୍ର ୮୬ ଟଙ୍କା ମୂଲ୍ୟରେ ଘର ମିଳିପାରୁଥିବା ଜାଣିବାକୁ ମିଳିଛି। ଇଟାଲୀର ସିସ୍‌ଲୀ ସ୍ଥିତ ଏକ ଛୋଟ ସହରରେ ଘରଗୁଡିକୁ ଏତେ କମ୍ ମୂଲ୍ୟରେ ବିକ୍ରି କରାଯାଉଛି।

ଇଟାଲୀର ସଲେମୀ ନାମକ ଏକ ସହରରେ ୧ ୟୁରୋ (ଭାରତୀୟ ମୁଦ୍ରାରେ ପ୍ରାୟ ୮୬ ଟଙ୍କା) ରେ ଘର ବିକ୍ରି କରାଯାଉଛି। ତେବେ ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ ହେଲେ ଏହା ପଛରେ ଏକ ବଡ଼ କାରଣ ମଧ୍ୟ ରହିଛି। ଗତ କିଛି ବର୍ଷ ମଧ୍ୟରେ ଅନେକ ଛୋଟ ଛୋଟ ସହରରେ ଜନସଂଖ୍ୟା ହ୍ରାସ ପାଉଥିବା ସମସ୍ୟା ଦେଖାଦେଇଛି। ଏହି କାରଣରୁ ଏପରି ସହରରେ ଏତେ କମ୍ ମୂଲ୍ୟରେ ଘର ବିକ୍ରି କରାଯାଉଛି     ।

ରିପୋର୍ଟ ଅନୁଯାୟୀ ଏଠାରେ ଥିବା ସମସ୍ତ କୋଠା ସିଟି କାଉନସିଲର ଅଧୀନରେ ରହିଛି। ତେବେ ଏହି ଯୋଜନା ଆରମ୍ଭ କରିବା ପୂର୍ବରୁ ସଲେମୀର ପୁରୁଣା ଅଂଶଗୁଡିକୁ ପୁନରୁଦ୍ଧାର କରିବାକୁ ପଡିଥିଲା। ଏଥିସହ ରାସ୍ତା, ବୈଦ୍ୟୁତିକ ଗ୍ରୀଡ୍ ଏବଂ ସିୱେଜ୍ ପାଇପ୍ ଭଳି ମୌଳିକ ସୁବିଧା ଏବଂ ସେବାରେ ଉନ୍ନତି ଅଣାଯାଇଥିଲା।

ଗତ କିଛି ବର୍ଷ ମଧ୍ୟରେ, ଇଟାଲୀର ଏହିପରି ଅନେକ ସହର ନିର୍ବାସନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ, ସିସ୍‌ଲୀରେ ସୁଲଭ ମୂଲ୍ୟରେ ରହିବା ବ୍ୟବସ୍ଥା ଆରମ୍ଭ ହୋଇଛି।

ସିସ୍‌ଲୀ ଦ୍ୱୀପରେ ଅବସ୍ଥିତ ସଲେମୀ ଏକ ଐତିହାସିକ ସ୍ଥାନ। ଏଠାରେ ବିଶେଷ କରି ଅଲିଭ୍ ଗଛର ସମ୍ଭାର ଦେଖିବାକୁ ମିଳେ। ସମଗ୍ର ଦ୍ୱୀପ ଅଲିଭ୍‌ ବୃକ୍ଷ ଦ୍ୱାରା ଘେରି ହୋଇରହିଛି। ଏହାର କିଛି ଘର ପ୍ରାଚୀନ ସହରର କାନ୍ଥ ଦ୍ୱାରା ମଧ୍ୟ ଘେରି ହୋଇରହିଛି। ଏହା ୧୬୦୦ ଶତାବ୍ଦୀରୁ ଏହି ଐତିହାସିକ ସହର ଗଢ଼ି ଉଠିଥିବା କୁହାଯାଏ। ତେବେ, ୧୯୬୮ରେ ଏଠାରେ ଏକ ଭୟଙ୍କର ଭୂକମ୍ପ ହୋଇଥିଲା। ଯାହା ଫଳରେ ସହରର ଅନେକ ଐତିହ୍ୟ ନଷ୍ଟ ହୋଇଥିବା କୁହାଯାଏ।

Leave A Reply

Your email address will not be published.