Latest Odisha News

ଆଜି ଜଳୁଛି ରାଜଧାନୀ; ସାଢେ ୧୧ଟା ସୁଦ୍ଧା ତାପମାତ୍ରା ୩୯ ଡିଗ୍ରୀ

ଭୁବନେଶ୍ୱର: ଆଜି ଜଳୁଛି ରାଜଧାନୀ ।  ଆଜି ଦିନ ୧୧ ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୯ଡ଼ିଗ୍ରୀ ଛୁଇଁଛି । ତାପମାତ୍ରା ଆହୁରି ବଢିବାର ସମ୍ଭାବନା ରହିଛି ।  ଆଜି ଦିନର ଆଦ୍ରତା ୩୧%  ରେକର୍ଡ କରାଯାଇଛି । 

ଆଜି ଦିନ ସାଢେ ୧୧ଟା ସୁଦ୍ଧା ୬ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ଥିଲା । ରାଜଧାନୀରେ ସର୍ବାଧିକ ୩୯ ଡିଗ୍ରୀ ଥିବାବେଳେ  ଝାରସୁଗୁଡାରେ  ୩୮.୪ ଡ଼ିଗ୍ରୀ ସମ୍ବଲପୁରରେ  ୩୮.୨ ଡ଼ିଗ୍ରୀ,  ହୀରାକୁଦରେ  ୩୭.୪ ଡ଼ିଗ୍ରୀ,  ଚାନ୍ଦବାଲିରେ  ୩୬.୬ ଡ଼ିଗ୍ରୀ  କେନ୍ଦୁଝରରେ ତାପମାତ୍ରା ୩୬.୪ ଡ଼ିଗ୍ରୀ ସେଲସିୟସ ରହିଛି ।

ସେହିପରି ଗୋପାଳପୁରରେ ତାପମାତ୍ରା ୩୪.୬ ଡ଼ିଗ୍ରୀ ସେଲସିୟସ ଥିବାବେଳେ ବାଲେଶ୍ୱରରେ  ୩୩.୬ ଡ଼ିଗ୍ରୀ,  ପୁରୀରେ ୩୩ ଡ଼ିଗ୍ରୀ ଏବଂ  ପାରାଦ୍ୱୀପରେ ୩୨.୬ ଡ଼ିଗ୍ରୀ ସେଲସିୟସ ରହିଛି ।

ଗତକାଲି ସମ୍ବଲପୁରରେ ସର୍ବୋଚ୍ଚ ତାପମାତ୍ରା ୪୩.୩ ଡିଗ୍ରୀ ଥିବାବେଳେ ଆଜି ସକାଳୁ ସକାଳୁ ଅସହ୍ୟ ହେଲାଣି ତାପମାତ୍ରା । ସେହିପରି ରାଜଧାନୀର ଦିନର ତାପମାତ୍ର ୩୯.୮ ଡିଗ୍ରୀ ଥିବାବେଳେ ଆଜି ସକାଳୁ ସକାଳୁ ୩୯ ଛୁଇଁଲାଣି । ତାପମାତ୍ରା ଆହୁରି ବଢିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

 

Comments are closed.