Latest Odisha News

BREAKING NEWS

ମୁମ୍ବାଇରେ ବିସ୍ଫୋରଣର ମିଥ୍ୟା ଧମକ ଦେଇ ଯୁବକ ଗିରଫ

ମୁମ୍ବାଇ: ମଙ୍ଗଳବାର ମୁମ୍ବାଇ ପୋଲିସ ବିସ୍ଫୋରଣ ଧମକ ଦେଇଥିବା ଜଣେ ଯୁବକଙ୍କୁ ଗିରଫ କରିଛି । ସେ ଟୁଇଟରରେ ମୁମ୍ବାଇକୁ ବିସ୍ଫୋରଣ କରି ଉଡାଇଦେବି ବୋଲି ଲେଖିଥିଲା । ଏହି ପୋଷ୍ଟ ପୋଲିସର ନିଦ ହଜେଇ ଦେଇଥିଲା । ମୁମ୍ବାଇ ପୋଲିସ ସଙ୍ଗେ ସଙ୍ଗେ ତଦନ୍ତ କରି ଯୁବକକୁ ଗିରଫ କରିବାରେ ସଫଳ ହୋଇଛି । ଦିନ ୧୧ଟା ସମୟରେ ସେ ଏହି ଟୁଇଟ କରିଥିଲେ । ପୋଷ୍ଟ ହୋଇଥିବା ଆକାଂଉଟକୁ ତନଘନା କରିବା ପରେ ପୋଲିସ ଯୁବକର ପରିଚୟ ପାଇଥିଲା । ଏବେ ଉକ୍ତ ଯୁବକଙ୍କୁ ପୋଲିସ ପଚରା ଉଚରା ଜାରୀ ରଖିଛି ।

ଯୁବକଜଣଙ୍କ କଣ ପାଇଁ ଏପରି ଧମକ ଦେଲା ତାହା ସ୍ପଷ୍ଟ ହୋଇପାରିନି । ତେବେ ଏ ନେଇ ତଦନ୍ତ ଜାରୀ ରହିଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏହି ଘଟଣା ଏବେ ମୁମ୍ବାଇ ବାସିନ୍ଦାଙ୍କ ମୁଣ୍ଡ ବ୍ୟାଥାର କାରଣ ସାଜିଛି ।

Leave A Reply

Your email address will not be published.