ନୂଆଦିଲ୍ଲୀ: ଆମେରିକା ଟେକ୍ସାସ ବନ୍ୟାରେ ଶହେରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ରହିଛନ୍ତି । ବନ୍ୟା ପଛରେ ଷଡ଼ଯନ୍ତ୍ର ଥିଓରୀକୁ ନେଇ ଏବେ ଚର୍ଚ୍ଚା ହେଉଛି । କୁହାଯାଉଛି, ଏହା ପ୍ରାକୃତିକ ବିପର୍ଯ୍ୟୟ ନୁହେଁ ବରଂ ମନୁଷ୍ୟକୃତ ବିପର୍ଯ୍ୟୟ। ପାଣିପାଗକୁ ଅସ୍ତ୍ର କରି ବନ୍ୟା କରାଯାଇଥିବା ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେଉଥିବା ବେଳେ ଏହାକୁ ବଢାଇଛନ୍ତି କିଛି ଆମେରିକୀୟ ଅଧିକାରୀ । ଟେକ୍ସାସ ବନ୍ୟା କିଏ କରିଛି, ସେକଥା କେହି କହିପାରିବେ କି ବୋଲି ଟ୍ରମ୍ପ ପ୍ରଶାସନର ପୂର୍ବତନ ଏନଏସଏ ଅଧିକାରୀ ମାଇକ ଫ୍ଲିନ୍ ପ୍ରଶ୍ନ କରିଛନ୍ତି । ସେହିପରି ରିପବ୍ଲିକାନ୍ ସାଂସଦ ମାର୍ଜରୀ ଟେଲର ଗ୍ରୀନ ଏକ ବିଲ୍ ଆଣିବାକୁ କହିଛନ୍ତି । ବିଲ୍ ଦ୍ବାରା କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ପାଣିପାଗ ପରିବର୍ତ୍ତନ ହେବା ଭଳି କେମିକାଲ୍ ଛାଡିପାରିବେନି ।
କେମିତି ପାଣିପାଗ ହେଉଛି ଅସ୍ତ୍ର?
ଓ୍ବେଦର ଓ୍ବେପନ ବା ପାଣିପାଗ ଅସ୍ତ୍ର ଦ୍ବାରା ପାରମ୍ପରିକ ସଂଘର୍ଷ ବଦଳରେ ଶତ୍ରୁ ପକ୍ଷକୁ ଖରାପ ପାଣିପାଗ ଦ୍ବାରା ମାତ୍ ଦିଆଯାଏ । ଜାଣିଶୁଣି ପାଣିପାଗ ପରିବର୍ତ୍ତନ କରି ବର୍ଷା, ଭୂକମ୍ପ ବା ସୁନାମୀ କରାଯାଇପାରିବ । ଏହି ବୈଜ୍ଞାନିକ ବ୍ୟବସ୍ଥାର ପ୍ରୟୋଗ ସକାରାତ୍ମକ ଭାବେ ପାଣିପାଗ ପରିବର୍ତ୍ତନ କରି ପ୍ରାକୃତିକ ବିପର୍ଯ୍ୟୟରୁ ଜୀବନ ରକ୍ଷା କରାଯାଇପାରିବ । ହେଲେ ଏବେ ଏହାକୁ ନକାରାତ୍ମକ ଭାବେ ଉପଯୋଗ କରାଯାଉଥିବା ଅଭିଯୋଗ ହେଉଛି । ଶତ୍ରୁ ଦେଶରେ ବିନାଶର ତାଣ୍ଡବ ପାଇଁ ଓ୍ବେଦର ଓ୍ବାରଫେୟାରର ରୂପ ନେଲାଣି ।
ପ୍ରଥମେ କେମିତି ହୋଇଥିଲା ବ୍ୟବହାର?
ଭିଏତନାମ ସହ ଯୁଦ୍ଧ ସମୟରେ ପ୍ରଥମେ ଆମେରିକା ଓ୍ବେଦର ଓ୍ବେପନ ବ୍ୟବହାର କରିଥିଲା । ଯୁଦ୍ଧରେ ହାର ମାନୁନଥିଲା ଭିଏତନାମ । ଏହାପରେ ଆମେରିକା ଅପରେସନ୍ ପୋପାୟ ଚଳାଇଥିଲା । ଏଥିରେ କ୍ଲାଉଡ୍ ସିଡିଂ ଦ୍ବାରା କୃତ୍ରିମ ବର୍ଷା କରାଯାଇଥିଲା । ଯେମିତିକି ବର୍ଷା କାଦୁଅ ରାସ୍ତା ଯୋଗୁଁ ସୈନିକଙ୍କ ଯାତାୟତରେ ସମସ୍ୟା ହେବ । ୧୯୬୭ରେ ପ୍ରାୟ ୬ବର୍ଷ ଧରି ପ୍ରବଳ ବର୍ଷା ଯୋଗୁଁ ସେନାର ସପ୍ଲାଏ ଚେନ୍ ବାଧାପ୍ରାପ୍ତ ହୋଇଥିଲା । କେବଳ ସେନା ନୁହେଁ ସାଧାରଣ ଲୋକ ବି ବର୍ଷା ପାଇଁ ସମସ୍ୟା ଭୋଗିଲେ । ଏହାପରେ ପାଣିପାଗକୁ ଅସ୍ତ୍ର ଭାବେ ବ୍ୟବହାର ନକରିବା ନେଇ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ହେଲେ ଏହା ପରେ ବି ଆମେରିକା, ଋଷ ଓ ଚୀନ ଭଳି ଦେଶ ଆଡଭାନ୍ସ ଟେକ୍ନୋଲୋଜିର ବ୍ୟବହାର ଦ୍ବାରା ପାଣିପାଗକୁ ଅସ୍ତ୍ର କରିଥିବା ଅଭିଯୋଗ ହୋଇଆସୁଛି ।
କାହା ନିଶାନାରେ ଆମେରିକା?
ଟେକ୍ସାସ ବନ୍ୟା ପଛରେ ଓ୍ବେଦର ଓ୍ବେପନ ନେଇ କେବଳ ଆକଳନ କରାଯାଉଛି, ଏନେଇ ସ୍ପଷ୍ଟ ସୂଚନା ମିଳିନି । ତେବେ ଅଧିକାଂଶ ପାଣିପାଗ ଆକ୍ରମଣ ନେଇ ସେଭଳି ପକ୍କା ପ୍ରମାଣ ମିଳେନି । କାରଣ ପ୍ରାକୃତିକ ବିପର୍ଯ୍ୟୟ ଓ କୃତ୍ରିମ ବିପର୍ଯ୍ୟୟ ମଧ୍ୟରେ ତଫାତ ଜାଣିବା କଷ୍ଟ । ଭିଏତନାମ ସହ ଯୁଦ୍ଧରେ ଶତ୍ରୁ ଦେଶର ପାଣିପାଗ ପରିବର୍ତ୍ତନ କରିଥିବା ୟୁଏସ ସିନେଟ୍ ମାନିବା ପରେ ହିଁ ଏନେଇ ସ୍ପଷ୍ଟ ହୋଇଥିଲା । ତେବେ ବର୍ତ୍ତମାନ ସ୍ଥିତିରେ ଆମେରିକା ବିଶ୍ବ ଉତ୍ତେଜନାର କେନ୍ଦ୍ର ପାଲଟିଛି । ଋଷ ବିରୋଧରେ ୟୁକ୍ରେନକୁ ଲମ୍ବା ସମୟ ଧରି ସହଯୋଗ କରିଆସୁଛି ଆମେରିକା ତ ଇରାନ୍ ଓ ଇସ୍ରାଏଲ୍ ଯୁଦ୍ଧରେ ମଧ୍ୟସ୍ଥତା କରିଛି । ଚୀନ୍ ଓ ତାଇଓ୍ବାନ ମଧ୍ୟରେ ଅଶାନ୍ତିରେ ବି ଲଗାତର ତାଇଓ୍ବାନ ସମର୍ଥନରେ କହିଆସୁଛି । ଋଷ ସହ ଆମେରିକାର ସଂପର୍କ ପାରମ୍ପରିକ ଭାବେ ଉତ୍ତେଜନାପୂର୍ଣ୍ଣ ରହିଛି । ଟ୍ରମ୍ପଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ସଂପର୍କ ସୁଧୁରିବା ଭଳି ସଂକେତ ମିଳିଥିଲା, ତେବେ ୟୁକ୍ରେନ୍ ପାଇଁ ସ୍ଥିତି ଗୋଳମାଳିଆ ରହିଛି । ଏଭଳି ସ୍ଥିତିରେ ଆମେରିକା ଯେକୌଣସି ଗୁଇନ୍ଦା ପାଣିପାଗ ଆକ୍ରମଣର ଶିକାର ହେବା ବଡ଼ କଥା ନୁହେଁ । ତେବେ ଏନେଇ ହ୍ବାଇଟ୍ ହାଉସ୍ କିମ୍ବା ଆମେରିକା ଗୁଇନ୍ଦା ସଂସ୍ଥା ସ୍ପଷ୍ଟ ସୂଚନା ଦେଇନାହାନ୍ତି ।
Comments are closed.